କନ୍ଧମାଳରେ ପୁଣି ଶତକ ଟପିଲା ଦୈନିକ ସଂକ୍ରମଣ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି। ରବିବାର  ୧୦୨ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ ପୁରୁଷ ଥିବା ବେଳେ ୫୦ ଜଣ ମହିଳା ଅଛନ୍ତି। ରାଇକିଆ ବିଡିଓଙ୍କ ସମେତ ୧୩ ଜଣ କୋଭିଡ୍‍ ଯୋଦ୍ଧା ରହିଛନ୍ତି।ଫୁୂଲବାଣୀରୁ ୪୪ ଜଣ ଚିହ୍ନଟ ହୋଇଥିବା ବେଳେ, ବାଲିଗୁଡାରୁ ୫, ଚକାପାଦରୁ ୪, ଜି ଉଦୟଗିରିରୁ ୧୧, କେ ନୁଆଗାଁ ରୁ ୮, ଖଜୁରିପଡାରୁ ୧୦, କୋଟଗଡରୁ ୧, ରଇକିଆ ୬, ଟିକାବାଲି ୬, ତୁମୁଡିବନ୍ଧରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୩୮୫ ଜଣ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୨୭୫୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୬୧୩ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ