ସେଲ୍ଫି ହେଲା କାଳ

ଜୟପୁର- ପାଣିରେ ବୁଡ଼ି ୧୬ ବର୍ଷୀୟ କଲେଜ ଛାତ୍ରଙ୍କ ମୃତ୍ୟୁଙ୍କ ଏଭଳି ଦୁଃଖଦ ଘଟଣା ଘଟିଛି ଜୟପୁରସ୍ଥିତ ଏସ୍ ୱାଟରଫଲ୍କୁ ପିକ୍ନିକ୍ ରେ ଆସିଥିବା ଜଣେ କଲେଜ ଛାତ୍ର ନଦୀରେ ଭାସି ଯାଇ ପ୍ରାଣ ହରାଇଛନ୍ତି । ୱାଟର ଫଲ୍ ପାଖରେ ସେଲ୍ଫି ନେଉଥିବା ବେଳେ ଗୋଡ଼ ଖସିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି। ମୃତକଲେଜ ଛାତ୍ରଜଣକ ହେଲେ ଜୟପୁର ନୂଆସାହି ପାର୍କ ଲାଇନ୍ ର ବାସିନ୍ଦା ଭଗବାନ ସାହୁଙ୍କ ୧୬ ବର୍ଷୀୟ ପୁଅ ସୁଶାନ୍ତ ସାହୁ। ସୁଶାନ୍ତ ବୋରିଗୁମ୍ମା କଲେଜରେ ପାଠ ପଢ଼ୁଥିବା ବେଳେ ରବିବାର ନିଜ ସାଙ୍ଗମାନଙ୍କ ସହ ସୁଶାନ୍ତ ଏସ୍ ୱାଟର ଫଲ୍କୁ ପିକ୍ନିକ୍ କରିବା ପାଇଁ ଆସିଥିଲେ। ସାଙ୍ଗମାନଙ୍କ ସହ ମଉଜ କରିବା ସହ ସେଲ୍ଫି ନେଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଖସିଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ