ସୋରଡାରେ କରୋନା ପାଇଁ ପୋଲିସର ସଚେତନତା
ସୋରଡା, (ରଜନୀ ମହାପାତ୍ର): କରୋନାର ଦ୍ୱିତୀୟ ଲହରୀର ଗମ୍ଭୀରତାକୁ ନେଇ ୧୦ ଦିନିଆ ସଚେତନତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୋରଡା ପୋଲିସ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇଛି। ଥାନା ଆଇଆଇସି ରମେଶ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ,ମାଇକ ଦ୍ୱାରା ବ୍ୟବସାୟୀଙ୍କୁ ପଂଚସୂତ୍ରୀ ନିୟମ ପାଳନ, ସମସ୍ତ ଜନସାଧାରଣଙ୍କୁ ମାସ୍କ ,ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା ନିମନ୍ତେ ଅନୁରୋଧ କରାଯାଇଛି। ବୁଧବାର ଅପରାହ୍ନରେ ପୁଲିସ୍ ଟିମ୍ ସହରର ରଥପଦା, ବଡଦାଣ୍ଡ ,ବ୍ଲକ ଲେନ ଠାରେ ଗାଡି ମଟର ଚାଳକ ମାନଙ୍କୁ କରୋନା ସଚେତନତା କରିଥିଲେ। ।