ସୋରଡା ରେ ପାଦଦେଲା କୋରେନା ୪ ପଜିଟିଭ ୧ କୋରେନା ଯୋଦ୍ଧା
ସୋରଡା, (ରଜନୀ ମହାପାତ୍ର):ଗଞ୍ଜାମ ଜିଲ୍ଲା ରେ ଆଜି ନୂତନ ଭାବେ ୫୬ ଟି କୋରେନା ସଂକ୍ରମଣ ଦେଖାଦେଇଥିବା ବେଳେ ପ୍ରଥମ ଥର ପାଇଁ ସୋରଡା ରେ ପାଦଦେଇଛି କୋରେନା। ସୋରଡା ରୁ ୪ ସଂକ୍ରମଣ ଜଣା ପଡିଥିବା ବେଳେ ସେଥିମଧ୍ୟ ରେ ୩ ଜଣ ସାଧାରଣ ବ୍ୟକ୍ତି ଥିବା ବେଳେ ଜଣେ କୋରେନା ଯୋଦ୍ଧା ସେଥି ମଧ୍ୟ ରେ ରହିଛନ୍ତି। ତେବେ ବର୍ତମାନ ଯାଏଁ ୩ ଜଣ ସୋରଡା ର କେଉଁଠାରୁ ବାହାରିଛନ୍ତି ଏବଂ ସେମାନଙ୍କ ବିଷୟରେ କୌଣସି ସୂଚନା ଜିଲା ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇନାହି। ଜଣେ କୋରେନା ଯୋଦ୍ଧା ମଧ୍ୟ କିଏ ଜଣାପଡିନାହି। କୋରେନା ସଂକ୍ରମଣ ରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଶତାଧିକ ଲୋକ ପ୍ରଚେଷ୍ଟା କରୁଛନ୍ତି ଯେଉଁ ମାନଙ୍କ ମଧ୍ୟ ରେ ପୁଲିସ,ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ,ଅଙ୍ଗନବାଡି, ସ୍ଵୟଂ ସହାୟକ ଗୋଷ୍ଠୀ ସମେତ ଶିକ୍ଷକ ଓ ସାମ୍ବାଦିକ ମଧ୍ୟ ରହିଛନ୍ତି। ତେବେ ଏମାନଙ୍କ ମଧ୍ୟ ରୁ କିଏ ସେଇ କୋରେନା ଯୋଦ୍ଧା ଜିଲ୍ଲାପ୍ରଶାସନ ତରଫରୁ ସ୍ପଷ୍ଟ କୁହାଯାଇନହି। ବର୍ତମାନ ପ୍ରତେକ ସଙ୍ଗରୋଧ କେନ୍ଦ୍ର ରେ ଅନେକ ଶିକ୍ଷକ ସମେତ ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ କାମ କରୁଛନ୍ତି। ତେଣୁ ବର୍ତମାନ ଯାଏଁ ଏହା ସ୍ପଷ୍ଟ ହେଇନଥିବା ବେଳେ ଆଉ ୩ ଜଣ ସଂକ୍ରମଣ କୁ ନେଇ ବର୍ତମାନ ଚିନ୍ତା ଘାରିଛି। ୩ ଜଣ ସଂକ୍ରମଣ ଙ୍କ ମଧ୍ୟ ଋ ଲୋକାଲ ଅଛନ୍ତି ନା ସମସ୍ତେ ସଙ୍ଗରୋଧ କେନ୍ଦ୍ର ର ତାହା ଜଣାପଡିନାହି। ଗତ କିଛି ଦିନ ହେଲା ଗଞ୍ଜାମ ଜିଲା ର ବିଭିନ୍ନ ଜାଗା ରୁ ଚା ଦୋକାନ ପାନ ଦୋକାନ କିରାଣୀ ଦୋକାନ ଙ୍କ ପାଖ ରୁ ସଂକ୍ରମଣ ବ୍ୟପୁଥିବା ଖବର ମିଳିବା ପରେ ସମସ୍ତେ ଭୟଭୀତ ଥିଲେ। ଏବେ ଗଞ୍ଜାମ ର ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ କୋରେନା ସଂକ୍ରମଣ ଚିହ୍ନଟ ହେବା ପରେ ଅଞ୍ଚଳ ବାସୀ ବର୍ତମାନ ଛାନିୟା। ବର୍ତମାନ ଏହି ୩ ଜଣ ସୋରଡା ର କେଉଁ ସ୍ଥାନ ରୁ ବାହାରିଛନ୍ତି ତାହା ଘୋଷଣା ହେଇନି। ସୋରଡା ରୁ ଏହି ସଂକ୍ରମଣ ବାହାରିବା ପରେ ସହର ସମେତ ଅଞ୍ଚଳରେ ଆଲୋଚନା ଜୋର ଧରିଛି। ସୋରଡା ରେ ଲକ ଡାଉନ କୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଲୋକେ ଆସ୍ତେ ଆସ୍ତେ ସଚେତନ ହେବାରେ ଲାଗିଥିଲେ। କିନ୍ତୁ ବର୍ତମାନ ସଂକ୍ରମଣ ଚିହ୍ନଟ ହେବା ପରେ ଚାରିଆଡେ ଏକ ପ୍ରକାର ଭୟ ଦେଖାଦେଇଛି। କିନ୍ତୁ ବର୍ତମାନ ଯାଏଁ ସ୍ଥାନୀୟ ପ୍ରଶାସନ ତରଫରୁ ସୋରଡା ବ୍ଲକ ରେ କଣ୍ଟେଇଂମେଣ୍ଟ ଜୋନ ଘୋଷଣା କରାଯାଇନହି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କୋରେନା ଗୋଷ୍ଠୀ ସଂକ୍ରମଣ ଅଟେ ବୋଲି ନିର୍ଦ୍ଧିଷ୍ଟତା ନାହି। ତେବେ ଜିଲା ପ୍ରଶାସନ ତରଫରୁ ସଂକ୍ରମିତ ବ୍ୟକ୍ତି ଙ୍କ ଟ୍ରାଭେଲ ହିସଟ୍ରି ଯାଞ୍ଚ କରାଯାଉଥିବା କୁହାଯାଇଛି। କିନ୍ତୁ ଗଞ୍ଜାମ ଜିଲା ରେ ସୋରଡା ରୁ ୪ କୋରେନା ସଂକ୍ରମଣ ଘୋଷଣା କରାଯିବ ପରେ ସହର ସମେତ ଅଞ୍ଚଳ ରେ ଏକ ପ୍ରକାର ଭୟ ର ବାତାବରଣ କୋରେନା କୁ ନେଇ ଦେଖାଦେବାରେ ଲାଗିଲାଣି।