ସୋସିଆଲ ମିଶନ ୱାର୍ଲ୍ଡର ଚାରାରୋପଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ସୋସିଆଲ ମିଶନ ୱାର୍ଲ୍ଡ ଅନୁଷ୍ଠାନ ପକ୍ଷରୁ ନାଉଗାଁ ତହସିଲ ଓ ଡେରିକିସ୍ଥିତ କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି । ଅନୁଷ୍ଠାନର ସଂପାଦକ ସର୍ବେଶ୍ୱର ମହାରଣାଙ୍କ ତତ୍ୱାବଧାନରେ କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ, ସହକାରୀ ଶିକ୍ଷକ ବିଶ୍ୱଜିତ ସ୍ୱାଇଁ, ସୀତାରାମ ସ୍ୱାଇଁ, ସହକାରୀ ଶିକ୍ଷୟିତ୍ରୀ ମଧୁସ୍ମିତା ଦାସ,ଶର୍ମିଷ୍ଠା ସ୍ୱାଇଁ, ହିନ୍ଦି ଶିକ୍ଷୟିତ୍ରୀ ସରୋଜିନି ମହାପାତ୍ର, ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ମିଶ୍ର, କର୍ମଚାରୀ ଶୁଶାନ୍ତ ଜେନା, ସାମାର୍ଜିକ କର୍ମୀ ପ୍ରସନ୍ନଜିତ ସାହୁ, ମହାଦେବ ନାୟକ ପ୍ରମୁଖ ସାମିଲ ହୋଇ ଚାରାରୋପଣ କରିଥିଲେ । ସେହିପିରି ତହସିଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା, କନିଷ୍ଠ ରାଜସ୍ୱ ସହାୟକ ନିରୋଜ ମହାପାତ୍ର, ଡିଇଓ ନରେନ୍ଦ୍ର ଚଇନି, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା, ଗୁରୁଜୀ ସୁବାସ ଦାସ, ସାମାଜିକ କର୍ମୀ ସୁଶାନ୍ତ ପରିଡା, ବାବୁଲାଲ ସାହୁ ପ୍ରମୁଖ ସାମିଲ ହୋଇ ଚାରାରୋପଣ କରିଥିଲେ । ଏଥିରେ ଝାଉଁ, ଚନ୍ଦନ, ହରିଡା, ବାହାଡା, ଅଶୋକ, ଆକାଶିଆ, ଶିଶୁ ଆଦି ଚାରାରୋପଣ କରାଯାଇଥିଲା ।


