ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା
ଭୁବନେଶ୍ବର : ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା । ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ। ଏ ନେଇ ସୋମବାର ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ ଓଆର୍ଇଡିଏ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ ସୌରଶକ୍ତି ଚାଳିତ କରାଯିବ ବୋଲି ଓଆର୍ଇଡିଏ ଯୁଗ୍ମ ନିର୍ଦେଶକ ଅଶୋକ ଚୌଦ୍ରୀ କହିଛନ୍ତି। ଏହା ୩୫ ଲକ୍ଷ ଟଙ୍କାର ପ୍ରକଳ୍ପ। ଏହାର କାମ ଓଡ଼ିଶାର ଶାନ୍ତି ଆସୋସିଏଟକୁ ଦିଆଯାଇଛି। ପ୍ଲାଣ୍ଟ ଛାତର ବର୍ଗ ଅନୁସାରେ ୯୦ କିଲୋୱାଟର ଲାଗିବ। ବର୍ଷକୁ ୧ଲକ୍ଷ ୧୮ହଜାର ୟୁନିଟ ସଞ୍ଚୟ ହେବ ବୋଲି ଆଶା କରାଯାଉଛି। ୧୨୦ ଦିନ ଭିତରେ କାମ ସାରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ବିଧାନସଭାର ବହୁତ ଟଙ୍କା ବିଜୁଳିରେ ଖର୍ଚ୍ଚ ହେଉଥିଲା, ତାହା ସଞ୍ଚୟ ହେବ ବୋଲି ବାଚସ୍ପତି କହିଛନ୍ତି।