ସ୍କିଲ୍ ଇଣ୍ଡିଆ ପକ୍ଷରୁ ୯ସହ ସାର୍ଟିଫାଏଡ୍ ପ୍ଲମ୍ବରଙ୍କ ଦ୍ୱାରା ଗାଇଡ୍ ଲାଇନ୍ ଆଧାରରେ ଯୋଗାଇ ଦିଆଯିବ

ନୂଆଦିଲ୍ଲୀ (ଓ୍ବାଇଏନ୍ଏସ୍) : ଭାରତରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ବର୍ଗଙ୍କୁ କୁଶଳୀ କରାଇବା ପାଇଁ ଯୋଜନା ବଦ୍ଧ ଭାବେ ପ୍ରୟାସ ଜାରି ରହିଛି । ମାତ୍ର ସମ୍ପ୍ରତି କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ସ୍କିଲ୍ ଇଣ୍ଡିଆ ପକ୍ଷରୁ ୯୦୦ ସାର୍ଟିଫାଏଡ୍ ପ୍ଲମ୍ବରଙ୍କ ଦ୍ୱାରା କରୋନା ମହାମାରୀ ସମୟରେ ଅତ୍ୟାବଶ୍ୟକ ସେବା ଗାଇଡ୍ ଲାଇନ୍ ଆଧାରରେ ଯୋଗାଇବା କାର୍ଯ୍ୟ ସମ୍ପନ୍ନ ହେବ । ସେହିପରି ୭୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଟ୍ରେନିଂ ଅଂଶୀଦାର ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କୁ ଯୋଗାଯିବ । ଭାରତୀୟ ପ୍ଲମ୍ବିଂ ୱାର୍କଫୋର୍ସଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଲାଗି ଗାଇଡ୍ ଲାଇନ୍ ମଧ୍ୟ ଜାରି ହୋଇଛି । ଏହା ଭାରତୀୟ ପ୍ଲମ୍ବିଂ ସ୍କିଲ୍ ପରିଷଦର ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପନ୍ନ ହେବ । ଏହା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେବ । ତେବେ ସେମାନଙ୍କ ପାଇଁ କେତେକ ଗାଇଡ୍ ଲାଇନ୍ ଜାରି ହୋଇଛି । ସେମାନଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ । ଏହା ସହିତ ସମସ୍ତ ଯନ୍ତ୍ରାଶଂ ଏବଂ ଉପକରଣକୁ ଜୀବାଣୁମୁକ୍ତ କରିବାକୁ ହେବ । ନଗଦ କାରବାର ନକରିବାକୁ ପ୍ରାଥମିକତା ଦେବା । ବ୍ୟବହାର ହୋଇଥିବା ପଦାର୍ଥକୁ ବର୍ଜ୍ୟସ୍ଥାନରେ ପକାଇବା । ନିଜେ ନିଜକୁ ସହାୟତା କରିବା ଲାଗି ଗ୍ରାହକଙ୍କକୁ ଶିକ୍ଷା ପ୍ରଦାନ କରିବା ଆଦି ଏହାର ଅନ୍ତର୍ଭୁକ୍ତ । ୨୦୨୦ ଏପ୍ରିଲ୍ ୧୫ରେ ଗୃହମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ପ୍ଲମ୍ବରମାନେ ମଧ୍ୟ ୨୦ ଏପ୍ରିଲ୍‌ଠାରୁ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିପାରିବେ । ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟୋଗମନ୍ତ୍ରୀ ଡ.ମହେନ୍ଦ୍ରନାଥ ପାଣ୍ଡେ କହିଲେ, “ ଆଇପିଏସସି ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ । ଏହି ମହାମାରୀରେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରୁଛୁ । କରୋନା ଲଢ଼େଇରେ ସ୍ୱାସ୍ଥ୍ୟକର୍ମୀମାନେ ଆଗରେ ରହିଛନ୍ତି । ଏପରିସ୍ଥଳେ ଆବଶ୍ୟକ ପଡ଼ିଲେ ଅଧିକ ପ୍ଲମ୍ବରଙ୍କୁ ସହାୟତା କାର୍ଯ୍ୟରେ ନିୟୋଜିତ କରାଯିବ । ଏହି ଅବସରରେ ଭାରତୀୟ ପ୍ଲମ୍ବିଂ ସ୍କିଲ୍ ପରିଷଦ ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ସୋମାନୀ କହିଲେ, “ ଭାରତୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସର୍ବୋପରି । ଏପରିସ୍ଥଳେ ପ୍ଲମ୍ବରମାନେ ନିଜର କାର୍ଯ୍ୟ ସମ୍ପାଦନ କରିବେ । ଟେକ୍ନିକାଲ ଟାସ୍କ୍ ଫୋର୍ସ ମୁଖ୍ୟ ଏମ୍‌.କେ. ଗୁପ୍ତା ଏବଂ ଆଇପିଏସସି ଉପସଭାପତି ବିନୟ ଗୁପ୍ତାଙ୍କ ଦ୍ୱାରା ଏହି ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଭାରତରେ ପ୍ଲମ୍ବିଂ କ୍ଷେତ୍ରର ବିକାଶ ପାଇଁ ଆଇପିଏସ୍‌ସି ପକ୍ଷରୁ ୨୩୦ ଟ୍ରେନିଂ କେନ୍ଦ୍ର ରହିଛି । ସେହିପରି ୨୫୦ ସାର୍ଟିଫାଏଡ୍ ଟ୍ରେନର ଏବଂ ୮୫ ସାର୍ଟିଫାଏଡ୍ ଆସେସର ଭାରତ ବ୍ୟାପୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ