ବୌଦ୍ଧ ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମନମୁଣ୍ଡା-ଶଗଡା ରାସ୍ତାର ଉଚ୍ଚବାହାଳି ଛକରେ ଗୋଟିଏ ଟ୍ରାକ୍ଟର ଏକ ସ୍କୁଟିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି । ଯାହାଫଳରେ ଡ୍ରାଇଭରର ମୃତ୍ୟୁ ହେବା ସହ ୩ ଗୁରୁତର ଭାବେ ଆହତ ହୋଇଛନ୍ତି ।ଆହତ ମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।