ସ୍କୁଲକୁ ଯିବାବେଳେ ଦୁର୍ଘଟଣା;୨ଛାତ୍ରୀ ଗୁରୁତର
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅଲଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି । ଛାତ୍ରଛାତ୍ରୀମାନେ ଆଜି ସକାଳ ୭ଟା ବେଳେ ସ୍କୁଲକୁ ଯାଉଥିବା ବେଳେ ଭୁବନେଶ୍ୱରରୁ ଗୁଣୁପୁର ଯାଉଥିବା ଓଡି-୨୫-ଏଚ୍-୮୪୨୫ ମିନିଟ୍ରକ ଡ୍ରାଇଭର ଆଖି ପଡିଯିବା ଯୋଗୁଁ ରାସ୍ତ କଡରେ ଯାଉଥିବା ୨ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣ ଘଟିଥିଲା । ଏଥିରେ ୨ଜଣ ଛାତ୍ରୀ ହେଲା, ରଶ୍ମିତା ନାଗ ଓ ଖୁସୀ ନାଗ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଏମାନଙ୍କୁ କାଶୀନଗର ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରୁ ପୁଣି ସେମାନଙ୍କୁ ଗଜପତି ଜିଲ୍ଲାସ୍ତରୀୟ ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ପାରଳାଖେମୁଣ୍ଡି ଡାକ୍ତରଖାନାରେ ଏମାନଙ୍କ ସ୍ଛିତି ଉନ୍ନତି ନ ହେବାରୁ ଜରୁରୀ ଓ ଉଚ୍ଚ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରୀତ କରାଯାଇଛି । ଏହି ଘଟଣା ନେଇ କାଶୀନଗର ଥାନାରେ ଏକ ମକଦମା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲୁ ରହିଛି ।