ସ୍କୁଲଛାତ ରୁ ଖସିଲା ପ୍ଳାଷ୍ଟର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ କୁହୁଡି ୟୁ ପି ବିଦ୍ୟାଳୟର ଅନେକ ଗୃହ ଏବେ ଅସୁରକ୍ଷିତ ହୋଇପଡିଛି ।ଦୁଇ ମହଲା ବିଶିଷ୍ଟ ଏହି ସ୍କୁଲ ର ଦ୍ଵିତୀୟ ମହଲା ଘର ର ଛାତ ରୁ ଖସୁଛି ପ୍ଳାଷ୍ଟର ।ସ୍କୁଲ କମିଟି ସଭାପତି ଯୁଧିଷ୍ଠିର ଲେଙ୍କାଙ୍କ କହିବା ଅନୁସାରେ ଚାରିଦିନ ତଳେ ପିଲା ମାନେ ଉକ୍ତ ଶ୍ରେଣୀ ଗୃହରେ ପାଠ ପଢ଼ୁଥିବା ବେଳେ ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଥିଲା ।ଯାହାକୁ ଦେଖି ଛାତ୍ରଛାତ୍ରୀ ଭୟଭିତ ହୋଇ ଯାଇ ଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଠାରୁ ସୂଚନା ପାଇ ସ୍କୁଲ କମିଟି ତରଫରୁ ଏହି ବିଷୟରେ ଅସ୍ତରଙ୍ଗ ଶିକ୍ଷା ବିଭାଗ କୁ ଅବଗତ କରାଯାଇଥିଲା। କିନ୍ତୁ ୫ ଦିନ ବିତିଯାଇଥିଲେ ମଧ୍ୟ ଆଦ୍ୟାବିଧି କୌଣସି ଶିକ୍ଷା ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି କି କିଛି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ ତଳ ଦୁଇଟା ଘରେ ପ୍ରଥମ ରୁ ସପ୍ତମ ୭ଟି ଶ୍ରେଣୀ ର ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏକାଠି ବହୁତ ଦୟନୀୟ ଅବସ୍ଥାରେ ବସି ପାଠ ପଢୁଛନ୍ତି |ଏଠାରେ ସୂଚନା ଥାଉ କି ଲବଣ ସତ୍ୟାଗ୍ରହ ଐତିହାସିକ ପୀଠ କୁହୁଡି ଠାରେ ଅବସ୍ଥିତ ଏହି ୟୁପି ସ୍କୁଲ ଟି ୧୯୪୮ ମସିହା ରେ ପ୍ରତିଷ୍ଠା ହୋଇଥିଲା ।ଏହି ବିଦ୍ୟାଳୟ ରେ ୭ଟି ଶ୍ରେଣୀରେ ଶହେ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏହି ବିଦ୍ୟାଳୟ ପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ରାଜ୍ୟ ସରକାର ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କୁ ଦୃଷ୍ଟି ରେ ରଖି ସମସ୍ତ ବିଦ୍ୟାଳୟ କୁ ଅତ୍ୟାଧୁନିକ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରୁଛନ୍ତି। ଅସୁରକ୍ଷିତ ଭାବେ ରହିଥିବା ଶ୍ରେଣୀ ଗୃହ ରେ ତାଲା ପକାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ