ସ୍କୁଲରେ ପୋଷାକ ବିତରଣ ଉତ୍ସବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ଶିକ୍ଷାମଣ୍ଡଳ ଅଧିନସ୍ଥ ଗାରୋଇ ପ୍ରାଣକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ କରାଯାଇଛି । ଏହି ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନେ ଭଲ ପାଠପଢି ଦେଶର ଶ୍ରେଷ୍ଠ ନାଗରିକ ଭାବେ ନିଜକୁ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ସହିତ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ବାଇଧର ତ୍ରିପାଠୀ, ରୋହିଆ କ୍ଲଷ୍ଟରର ସିଆସିସି ସହଦେବ ସେଠୀ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସ୍ୱାଇଁ ପ୍ରମୂଖ ଯୋଗ ଦେଇ ଉତ୍ସବ ସଂର୍ପକରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଲୋକ ବିଶ୍ୱାଳଙ୍କ ପୌରୋହିତ୍ୟ କରିଥିବା ବେଳେ ଶିକ୍ଷକ ଅକ୍ଷୟ କୁମାର ରାଉତ ସଭାକୁ ପରିଚାଳନା କରିଥିଲେ । କମିଟିର ସମସ୍ତ ସଦସ୍ୟ,ସଦସ୍ୟା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରିଚାଳନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।