ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହାକୁ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ବ୍ଲକର ୧୭ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ଓ ନିରପେକ୍ଷ ବିଚାର କାର୍ଯ୍ୟରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ଅଧ୍ୟାପକ ରାଜେଶ କୁମାର ଲେଙ୍କା, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଅଜିତ୍ କୁମାର ବିଶ୍ୱାଳ, ଏସ.ଆର.ଏସ୍ ଆବାସିକ ଯୁକ୍ତ ଦୁଇ ବିଜ୍ଞାନ କଲେର ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ଜ୍ୟୋତର୍ମୟୀ ଜେନା ଯୋଗ ଦେଇଥିଲେ । ସିନ୍ଧୁକେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଛାୟାମୁଦ୍ରା ପୃଷ୍ଟି ପ୍ରଥମ ସ୍ଥାନ ଅଧିକାର କରି ଜିଲା ସ୍ତରକୁ ମନୋନୀତ ହୋଇଛନ୍ତି ।


