ପ୍ରତିଭା ଅନ୍ୱେଷଣର ବିବିଧ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍): ଜିଲ୍ଳ୍ା ପ୍ରଶାସନ ଏକ ଅଭିନବ ପଦକ୍ଷେପ ନେଇଥିଲା, ଯେପରି ପିଲାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଊନ୍ମେଷ ଘଟିବ । ଏହା ସପଂଳ ହୋଇଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଳ୍ା ସ୍କୁଲ ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବ୍ଳ୍କ ଓ ପୈାରାଞ୍ଚଳରୁ ବକ୍ତୃତା , ସଂଗୀତ, ଅଭିନୟ, ନୃତ୍ୟ, ଚିତ୍ରାଙ୍କନ, ଗଳ୍ପ ଲିଖନ ଓ କବିତା ଲିଖନ ପ୍ରତିଯୋଗିତା ଊଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିଲା । ବ୍ଳ୍କ ଓ ପୈାରାଞ୍ଚଳର ପ୍ରଥମ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଜିଲ୍ଳ୍ା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ତାହାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଏହି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ସଂସ୍କୃତି ଭବନ ଠାରେ ଆୟୋଜିତ ଊତ୍ସବରେ ପୁରସ୍କୃତ କରାଯିବ ବୋଲି ଜିଲ୍ଳ୍ା ସଂସ୍କୃତି ଅଧିକାରୀ ସୂଚନା ଦେଇଚ୍ଥନ୍ତି । ଏହି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ସମୟରେ ଊପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କର ପ୍ରତିଭା ବିକାଶ ପାଇଁ ପଦକ୍ଷେପ ନିଆଯିବ । ଓଡିଆ ବକ୍ତୃତାର ଊଚ୍ଚ ବିଦ୍ୟାଳୟ ସ୍ତରରେ ସ୍ୱପ୍ନାରାଣୀ ପାଢୀ ପ୍ରଥମ, ଇପ୍ସିତା ମିଶ୍ର ଦ୍ୱିତୀୟ ଓ ସୁଦକ୍ଷଣ ଦାସ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଗଳ୍ପ ଲିଖନ ପ୍ରତିଯୋଗିତାରେ ପ୍ରତିମା ବେହେରା ପ୍ରଥମ, ଜ୍ୟୋତିର୍ମୟୀ ରାଊଳ ଦି୍ୱତୀୟ, ଓ ଅଙ୍କିତା ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । କବିତା ଲିଖନ ପ୍ରତିଯୋଗିତାରେ ଶ୍ୱେତାଶ୍ରୀ ମହାରଣା ପ୍ରଥମ, ମୈାସୁମୀ ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ, ଓ ସୋନାଲୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସଂଗୀତ ପ୍ରତିଯୋଗିତାରେ ରୋନା ସ୍ୱାଇଁ ପ୍ରଥମ, ଲିଟୁନୁ ରଣା ଦ୍ୱିତୀୟ, ଓ ଶୁଭସ୍ମିତା ଦତ୍ତ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ନୃତ୍ୟ ପ୍ରତିଯୋଗିତାରେ ତନୁଜା କୁମାର ପଣ୍ଡା ପ୍ରଥମ, ଅର୍ଚ୍ଚିତା ସାହୁ ଦ୍ୱିତୀୟ, ଓ ମୋନାଲିସା ସାହୁ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍ୱପ୍ନା ସ୍ୱାଗତିକା ଧଳ ପ୍ରଥମ, ଆଦିତ୍ୟ ନାରାୟଣ ନାଥ ଦ୍ୱିତୀୟ, ଓ ଲକ୍ଷ୍ମୀପ୍ରିୟା ପାଢୀ ଏବଂ ଶିବ ମୁଣ୍ଡା ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଅଭିନୟ ପ୍ରତିଯୋଗିତାରେ ମାନସୀ ଓଝା ପ୍ରଥମ, ଦିପ୍ତିମୟୀ ଯେନା ଦ୍ୱିତୀୟ, ଓ ଡାଙ୍ଗୀ ଟୁଡୁ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଓଡିଆ ବକ୍ତୃତା ପ୍ରତିଯୋଗିତାରେ କେଶରୀ ପ୍ରସାଦ ମହାନ୍ତି ପ୍ରଥମ, ମାନସ ରଂଜନ ସେନାପତି ଦ୍ୱିତୀୟ ଓ ସ୍ମୃତି ରଂଜନ ସେନାପତି ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଗଳ୍ପ ଲିଖନ ପ୍ରତିଯୋଗିତାରେ ଅଙ୍କିତା ପଣ୍ଡା ପ୍ରଥମ, ଲିପ୍ତାରାଣୀ ନାୟକ ଦି୍ୱତୀୟ, ଓ ଲିଜାରାଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । କବିତା ଲିଖନ ପ୍ରତିଯୋଗିତାରେ ଜ୍ୟୋସ୍ନାମୟୀ ଜେମାମଣି ପ୍ରଥମ, ସ୍ୱର୍ଣ୍ଣଲତା ଜେନା ଦ୍ୱିତୀୟ, ଓ ମହେଶ କୁମାର ରଣା ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ସଂଗୀତ ପ୍ରତିଯୋଗିତାରେ ନିବେଦିତା ସାହୁ ପ୍ରଥମ, ଶ୍ୱେତାଲୀନା ପରିଡା ଦ୍ୱିତୀୟ, ଓ ସ୍ୱାଗତ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ନୃତ୍ୟ ପ୍ରତିଯୋଗିତାରେ ସ୍ନେହାସିନୀ ନାୟକ ପ୍ରଥମ, ଶାଶ୍ୱତୀ ନାଥଶର୍ମା ଦ୍ୱିତୀୟ, ଓ ଶ୍ରଦ୍ଧାଞ୍ଜଳି ଦାସ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଚିତ୍ରାଙ୍କନ ପ୍ରତିଯୋଗିତାରେ ଅମ୍ରିତାଞ୍ଜଳି ସାହୁ ପ୍ରଥମ, ଜଗଦିଶ କୁମାର ମହାରଣା ନାଥ ଦ୍ୱିତୀୟ, ଓ ରାଜଶ୍ରୀ ଯେନା ଏବଂ ବିଶ୍ୱ ପ୍ରଭାତ ଓଝା ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି । ଅଭିନୟ ପ୍ରତିଯୋଗିତାରେ ଇତିଶ୍ରୀ ପୃଷ୍ଟି ପ୍ରଥମ, ମନସ୍ୱିନୀ ସାହୁ ଦ୍ୱିତୀୟ, ଓ ଲିପ୍ସାରାଣୀ ନାୟକ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ