ସ୍କୁଲ ନିକଟରେ ଦିନ ରାତି କରତ କଳ ଚାଲୁଥିବାରୁ ଜନ ଅସନ୍ତୋଷ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧୀନସ୍ଥ ଭୋଦର ଉଚ୍ଚ ବିଦ୍ୟାଳୟ ଓ ତୁଳସୀପୁର ପ୍ରାଚୀ ବାଳିକା ବିଦ୍ୟାପୀଠ ନିକଟରେ ଦୁଇଟି କରତକଳ ବେଆଇନ ଭାବେ ଦିନ ରାତି ଚାଲୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କରତକଳ ର ଶବ୍ଦ ସ୍କୁଲ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ଆଉ ମାତ୍ର ଅଳ୍ପ ଦିନ ପରେ ମାଟ୍ରିକ୍ ପରୀକ୍ଷା ହେବ। ତେଣୁ ଉକ୍ତ କରତକଳସବୁକୁ ବନ୍ଦ କରିବାକୁ ଦାବି ହେଉଛି ।ଉଚ୍ଚ ବିଦ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି କରତକଳ ଦିନ ରାତି ଚାଲୁଥିଲେ ମଧ୍ଯ ବନ ବିଭାଗ ଅଧିକାରୀ ସବୁ ଦେଖି ନ ଦେଖିବା ପରି ରହୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।କରତ କଳ ବନ୍ଦ କରା ଯିବାକୁ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଓ ଜନସାଧାରଣ ଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ପ୍ରତି ମାସରେ ଥାନା, ବନ ବିଭାଗ ଓ ପଞ୍ଚାୟତ ସ୍ତରୀୟ ନେତା ମାନଙ୍କୁ ବଟି ଦେଉଛି ।ମୋ କରତ କଳ କୁ କିଏ ବନ୍ଦ କରିବ ଦେଖିବା ବୋଲି କରତ କଳ ମାଲିକ ମାନେ ଖୋଲା ଖୋଲି କହି ବୁଲୁଛଛି । ବନ ବିଭାଗ ଅଧିକାରୀ ଓ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ମାନେ ଦାବି କରିଛନ୍ତି । ଏହି ବେଆଇନ କରତକଳ ଦୁଇଟି କୁ ତୁରନ୍ତ ବନ୍ଦ କରା ନ ଗଲେ ଛାତ୍ର ଛାତ୍ରୀ ମାନେ ରାଜାରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।