ଅସ୍ତରଙ୍ଗ ଉପକୂଳ ଅଞ୍ଚଳରେ ଦେଶୀ ବିଦେଶୀ ପକ୍ଷୀ ଗଣନା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ବନ ବିଭାଗ ପକ୍ଷରୁ ଆଜି ଠାରୁ ରେ ଆରମ୍ଭ ହୋଇଛି ଦେଶୀ, ବିଦେଶୀ ପକ୍ଷୀ ଗଣନା।ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଅସ୍ତରଙ୍ଗ ରେ ଦେଶୀ, ବିଦେଶୀ ପକ୍ଷୀ ଙ୍କ ଗଣନା ଆରମ୍ଭ ହୋଇଛି। ପକ୍ଷୀ ଗଣନା ପାଇଁ ଅସ୍ତରଙ୍ଗ ବନ୍ୟ ପ୍ରାଣୀ ଡିଭିଜନ ଅଧୀନ ରେ ଥିବା ପାଞ୍ଚଟି ଜାଗାରେ ରେ ଆରମ୍ଭ ହୋଇଛି ଗଣନା। ଏହି ପକ୍ଷୀ ଗଣନା କାର୍ଯ୍ୟ ରେ ମୋଟ ପାଞ୍ଚଟି ଟିମ ରେ ପନ୍ଦର ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ଅସ୍ତରଙ୍ଗ ବନ୍ୟପ୍ରାଣୀ ଡିଭିଜନ ର ରେଞ୍ଜର ବିଚିତ୍ରା ନନ୍ଦ ବେହେରା। ବାଇନାକୁଲର, ଗାଇଡି ବୁକ୍ ସାହାଯ୍ୟ ରେ ପକ୍ଷୀ ଗଣନା କରାଯାଉଛି।ସକାଳ ୫ ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ଦିନ ଦଶ ଟା ପର୍ଯ୍ୟନ୍ତ ଯାଏଁ ଚାଲିବ। ଗଣନାସମୟରେ ଅସ୍ତରଙ୍ଗ ବନଖଣ୍ଡ ମଧ୍ୟ୍ୟକୁ ସମସ୍ତ ଙ୍କୁ ବାରଣ କରାଯାଇଛି।ଏପରିକି ପକ୍ଷୀ ଥିବା ଅଞ୍ଚଳ ରେ ମସ୍ୟଜୀବୀ ଙ୍କ ମାଛ ଧରା ଉପରେ କଟକଣା କରା ଯାଇଛି। ଏହି ଗଣନା କାର୍ଯ୍ୟ ରେ ତିନୋଟି ଡ଼ଙ୍ଗା ସହ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପକ୍ଷୀ ବିଶାରଦ, ପକ୍ଷୀ ସୁରକ୍ଷା ବାହିନୀ ସାମିଲ ହୋଇଛନ୍ତି ।ଅସ୍ତରଙ୍ଗ ବାନାଞ୍ଚଳ ଅଧିକାରୀ ବିଚିତ୍ରାନନ୍ଦ ବେହେରା, ସବିର ସାହୁ, ବ୍ରଜ ମହାପାତ୍ର ପ୍ରମୁଖ ଙ୍କ ତତ୍ବାବଧାନ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲିଛି।ଏହା ଅସ୍ତରଙ୍ଗ ଅଞ୍ଚଳ ର ଗଙ୍ଗାଦେବୀ ଠାରୁ ନାସି,ନଟରା ଠାରୁ କେଉଟଜଙ୍ଗା,ବେଲେଶ୍ୱର ରୁ କେଳୁଣୀ ମୁହାଁଣ,କଣମଣ ରୁ ଗଙ୍ଗା,ଦେବୀ ନାସି, ଓ ପାଟସୁନ୍ଦରପୁର ଅଞ୍ଚଳ ରେ ପକ୍ଷୀ ଗଣନା କାର୍ଯ୍ୟ ଚାଲୁଛି ।


