ସ୍କୁଲ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ ବୁଲି ଦେଖିଲେ ବିଡିଓ
ହାଟଡିହିି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ତେନ୍ତୁଲିପଦି ଗ୍ରାମରେ କେହି ଦୁର୍ବୁତ ରାତାରାତି ସ୍କୁଲ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ଖବର ଗଣମାଧ୍ୟମରେ ପ୍ରଚାର ହେବାପରେ ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଉକ୍ତ ସ୍କୁଲ ପରିଦର୍ଶନ କରି କଣ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ଏନେଇ ସ୍କୁଲ କମିଟି ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ଦେବାସହ ଉଚ୍ଚ କର୍ତ୍ତପୁକ୍ଷଙ୍କୁ ଜଣାଇଛୁ ବୋଲି ପ୍ରଧାନ ଶିକ୍ଷକ କହିଥିଲେ । ଦୁର୍ବୁତ ମାନଙ୍କ ବିାରୁଦ୍ଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ କିପରି ନୁତନ ପାଚେରୀ ନିର୍ମାଣ କରାଯିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ସୋସୋ ଥାନାରେ ଏନେଇ ସ୍କୁଲ କମିଟି ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ସଂପୃକ୍ତ ଜେସିବି ମେସିନି କୁ ଠାବ କରିବା ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।