ଜାମିନିପୁର ସ୍କୁଲରେ ପୋଷାକ ବିତରଣ
ହାଟଡିହି, (ପାର୍ଥ ସୌରଭ ସା): ହାଟଡିହି ବ୍ଲକ ଜାମିନିପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଲକ୍ଷ୍ମୀ ନାରାୟଣ ଏଜେନସି ପକ୍ଷରୁ ସତ୍ୟ ଭୂଷଣ ସାହୁଙ୍କ ସଂଯୋଜନାରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ କୁମାର ତରାଇ, ସିଆରସିସି ଯତୀବ୍ରତ ସ୍ବାଇଁ, ଏସଏମସି ସଦସ୍ୟ ମାସୁରୀ ମୁଣ୍ଡା, ପାର୍ବତୀ ମୁଣ୍ଡା, ସୁମି ମୁଣ୍ଡା, ପ୍ରମୁଖ ଯୋଗଦେଇ ୭୦ଜଣ ଛାତ୍ର ଛାତ୍ରୀ ଙ୍କୁ ଲୋଗୋ ଯୁକ୍ତ ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ କରିଥିଲେ। ଶିକ୍ଷକ ପ୍ରକାଶ କୁମାର ଦାସ, ପ୍ରତିମା ଖଟୁଆ, ବିଜୟ ସ୍ୱାଇଁ, ମମତା ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


