ସ୍କୁଲ ୟୁନିଫର୍ମ ବଣ୍ଟନରେ ଏସଏଚ୍ଜୀ ମହିଳାଙ୍କୁ ମୋହରା, ଅଧିକାରୀ ମାଲାମାଲ୍

କୋରାପୁଟ,(ହେମନ୍ତ ପାଣଗ୍ରାହୀ):ମହିଳା ସଶକ୍ତିକରଣ ଓ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ପୁର୍ବ ଓ ବର୍ତ୍ତମାନର ରାଜ୍ୟ ସରକାର ବିଭିନ୍ନ ଯୋଜନା ସବୁ କରି ଆସୁଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ୟୁନିଫର୍ମ ଯୋଗାଣ ଭଳି ଗୁରୁ ଦାୟିତ୍ଵ ଦିଆ ଯାଉଛି। ହେଲେ କେତେକ ସ୍ଥଳରେ ନୀରିହ ଏସ ଏଚ ଜି ମହିଳାଙ୍କୁ ମୋହରା କରି ମିଶନ ଶକ୍ତି ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ମାଲାମାଲ୍ ହେଉଛନ୍ତି।ଏଭଳି ଏକ ସ୍ପର୍ଷ କାତର ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଳକରେ।ଲକ୍ଷ୍ମୀପୁର ବ୍ଳକରେ ଥିବା ୧୨୧ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୟୁନିଫର୍ମ ଡ୍ରେସ୍ ଯୋଗାଇବାକୁ ଜିଲ୍ଲା କାର୍ଯ୍ୟାଳୟରୁ ଦାୟିତ୍ଵ ଦିଆ ଯାଇଥିଲା। ସିଲେଇ ତାଲିମ ନେଇଥିବା ସ୍ଥାନୀୟ ଅଂଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ଵାରା ଉକ୍ତ ସ୍କୁଲ ପୋଷାକ ପ୍ରସ୍ତୁତ କରାଇ ବ୍ଲକ ସ୍ତରୀୟ ମହାସଂଘ ମାଧ୍ୟମରେ ସ୍କୁଲରେ ଯୋଗାଇବାକୁ ନିର୍ଦେଶ ହୋଇଥିଲା। କିନ୍ତୁ ବ୍ଲକ ପ୍ରୋଗ୍ରାମ ସଂଯୋଜକ କାହାକୁ ନଜଣାଇ କୋରାପୁଟ ଓ ଜୟପୁରର କେତେକ ବ୍ୟବସାୟୀଙ୍କ ଠାରୁ କମ୍ ଦରରେ କିଣି କିଛି ଏସ ଏଚ ଜି ମହିଳାଙ୍କ ଦ୍ବାରା ସ୍କୁଲ ଗୁଡିକରେ ଯୋଗାଇ ଥିବା ଅଭିଯୋଗ ହୋଇଛି।ଆଉ
୪ ମାସ ପରେ ପିଲାଙ୍କ ବାର୍ଷିକ ପରୀକ୍ଷା କିନ୍ତୁ ଆଜି ପର୍ଯ୍ୟନ୍ତ ବି ବଣ୍ଟନ ଚାଲିଛି ପିଲାଙ୍କୁ ୟୁନିଫର୍ମ ।କେବଳ ପୋଷାକ ନୁହଁ ଏପର୍ଯ୍ୟନ୍ତ ମିଳି ପାରୁନାହିଁ ଜୋତା, ବେଲ୍ଟ ଓ ଟୋପି।ଏ ବିଷୟରେ ସ୍କୁଲ ପରିଚାଳନା କମିଟି କୁ ମଧ୍ୟ ଅବଗତ କରା ଯାଉନାହିଁ ।ଏହିପରି ଅନେକ ଅନିୟମିତତାର ଅଭିଯୋଗ ଆସିଛି ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଅନେକ ବିଦ୍ୟାଳୟରେ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମୋହରା କରି ମିଶନ ଶକ୍ତିର ଅଧିକାରୀ ସ୍କୁଲ ଡ୍ରେସ୍ ବଜାରରୁ କିଣି ଗ୍ରୁପକୁ ଦେଉଥିବା ଅଭିଯୋଗ ହେଉଛି।ପିଲାମାନଙ୍କ ଉଚିତ ମାପ ନିଆଯାଇନାହିଁ କିମ୍ବା ପ୍ରାଧନ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସହିତ ୟୁନିଫର୍ମ ଯୋଗାଇବା ଦାୟିତ୍ଵ ନେଇଥିବା ଗ୍ରୁପ୍ ମହିଳା ଆସି ଆଲୋଚନା ମଧ୍ୟ କରି ନ ଥିବା ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି।କେଉଁ ବିଦ୍ୟାଳୟରେ କେତେ ଛାତ୍ର ଛାତ୍ରୀ ଅଛନ୍ତି ସେମାନଙ୍କ ୟନିଫର୍ମ ପ୍ରଦାନ କରାଯିବ ତାଙ୍କ ପାଖରେ ସୂଚନା ନାହିଁ ।ଏପରିକି ପରିଚାଳନା କମିଟି ମଧ୍ୟ ଅବଗତ ନାହିଁ ବୋଲି ପରିଚାଳନା କମିଟି ସଭାପତି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି।ଅନେକ ବିଦ୍ୟାଳୟରେ କିଛି ଛାତ୍ର ଛାତ୍ରୀ ମାନଙ୍କୁ ୟୁନିଫର୍ମ ପ୍ରଦାନ କରୁଥିବା ବେଳେ ଆଉ କିଛି ଛାତ୍ର ଛାତ୍ରୀଙ୍କୁ ମାନେ ୟୁନିଫର୍ମ ମିଳିନଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଭିଯୋଗ କରିଛନ୍ତି।ଛାତ୍ରଛାତ୍ରୀ ମାନଙ୍କ ମାପ ନେଇନଥବାରୁ ପୋଷାକ ଛୋଟ ବଡ଼ ହେଉଛି, ବାରମ୍ବାର ଡ୍ରେସ ବଦଳାଇବାକୁ ପଡୁଛି ପିଲାଙ୍କୁ।ଉପଯୁକ୍ତ ସମୟରେ ପିଲାମାନେ ଡ୍ରେସ ପାଇ ପାରୁନାହାନ୍ତି।ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନିଜ କାର୍ଯ୍ୟରେ ଛନ୍ଦୀ ଦେଉଥିବା ଶୁଣିବାକୁ ମିଳିଛି।ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି l ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଅନେକ ସୁବିଧା ସୁଯୋଗ ମିଳିଛି l ସେମିତି ଅନେକ କାମରେ ସ୍ୱାବଲମ୍ବୀ ହୋଇପାରିଛନ୍ତି l କିନ୍ତୁ ଏହାର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ମାନେ ମହିଳା ମାନଙ୍କୁ ଠକୁଥିବା ମହିଳା ମାନେ ପରୋକ୍ଷ ଭାବେ ପ୍ରକାଶ କରିଛନ୍ତୀ।ସଠିକ ସମୟରେ ସ୍କୁଲ ୟୁନିଫର୍ମ ବାଣ୍ଟିବା ନିମନ୍ତେ ସରକାରଙ୍କ ନିର୍ଦେଶ ଆସୁଛି l ତଥାପି ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ, କେଉଁଠାରୁ ରିହାତି ମୂଲ୍ୟରେ ଡ୍ରେସ ଆସିବ ତାହା ଚୟନ କରିବା ପାଇଁ ମାସ ମାସ ଲାଗିଯାଉଛି l ସବୁ ବିଷୟରେ ଡିଲ ହେଲାପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ହୁକୁମ ଦିଆଯାଉଛି ।ଡ୍ରେସ ଆସିଗଲା ବର୍ତ୍ତମାନ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଉ।କୌଣସି ଉପାୟ ନ ପାଇ ମହିଳା ମାନେ ସ୍କୁଲ ବୁଲି ବୁଲି ଡ୍ରେସ ବିତରଣ କରୁଛନ୍ତି।ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ସ୍କୁଲ ଡ୍ରେସ ବାଣ୍ଟିବା ପାଇଁ ବାରମ୍ବାର ଯିବାକୁ ପଡୁଛି।ସ୍କୁଲ କର୍ତୃପକ୍ଷଙ୍କ ଅନୁମତି ମିଳିଲେ, ପିଲାଙ୍କୁ ଧାଡି କରି ନା ନା ହଇରାଣ ହରକତରେ ଡ୍ରେସ ବିତରଣ କରାଯାଉଛି ।ପରିବାର ପ୍ରତିପୋଷଣ ନିମନ୍ତେ କିଛି ରୋଜଗାର ପାଇବା ଆଶାରେ ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ତିଆରି କରିଛନ୍ତି । କିନ୍ତୁ ପ୍ରକୃତରେ ଭିତିରି ଅନେକ ଲୁଚାଛପା ଡିଲ ପାଇଁ ପରିଶ୍ରମର ଉପଯୁକ୍ତ ଲାଭ ଉଠାଇ ପାରୁନାହାନ୍ତି ମହିଳାମାନେ।ମହିଳା ମାନଙ୍କୁ ହାତ ବାରିସୀ କରି ଉଚ୍ଚ ପଦସ୍ଥ ଅଧିକାରୀ ମାନେ ମାଲାମାଲ ହେଉଥିବା ଅଭିଯୋଗ ହେଉଛି। ଏହି ଅଭିଯୋଗ ଗୁଡ଼ିକ ସମ୍ପର୍କରେ
ଜିଲ୍ଲାପାଳ ଭି କିତ୍ତୀ ଭାସନଙ୍କୁ ଜଣାଇବା ପରେ ତଦନ୍ତ ପାଇଁ ଲକ୍ଷ୍ମୀପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ଵର ଭୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପରିଚାଳନା କମିଟି ସଦସ୍ୟ ଗଣ ମାଧ୍ୟମ ସମ୍ମୁଖରେ ଦାବି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ