ସ୍ନାତ୍ତକ ଅଙ୍ଗନୱାଡି ସୁପରଭାଇଜରମାନଙ୍କୁ ନିୟମିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାରେ ୧୪ ଜଣ ସ୍ନାତ୍ତକ ଅଙ୍ଗନୱାଡି ସୁପରଭାଇଜର ଅଛନ୍ତି । ସେମାନେ ୧୦ବର୍ଷରୁ ଅଧିକ ସମୟ ଏହି ପଦରେ କାର୍ଯ୍ୟ କରିଥିବା ସତ୍ତ୍ୱେ ସେମାନଙ୍କୁ ନିୟମିତ କରାଯାଉନାହିଁ । କିନ୍ତୁ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନୱାଡି କର୍ମୀମାନଙ୍କୁ ୫ବର୍ଷ କାମ କରିବା ପରେ ସୁପରଭାଇଜର ପଦକୁ ପଦୋନ୍ନତି ଦିଆଯିବା ସହିତ ସ୍ଥାୟୀ କରାଯାଇଛି । ଏହାର ପ୍ରତିବାଦରେ ୧୦ ବର୍ଷ କାର୍ଯ୍ୟ କରିଥିବା ସ୍ନାତ୍ତକ ଯୋଗ୍ୟତାଧାରୀ ଅଙ୍ଗନୱାଡି ସୁପରଭାଜରମାନଙ୍କୁ ସ୍ଥାୟୀ କରିବା ପାଇଁ ସ୍ନାତ୍ତକ ଡିଗ୍ରୀଧାରୀ ଅଙ୍ଗନୱାଡି ସୁପରଭାଇଜରମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ରାଜନଗର ବ୍ଲକରୁ ସନ୍ଧ୍ୟାରାଣୀ ବେହେରା, ଡେରାବିଶ ବ୍ଲକରୁ ମନୋରମା ଓଝା, ପଟ୍ଟାମୁଣ୍ଡାଇ ବ୍ଲକରୁ ସବିତା ସାମଲ, ରାଜକନିକା ବ୍ଲକରୁ ବୈଜୟନ୍ତୀ ଦାସ ଏବଂ ଜିଲା ସଦରମହକୁମା ରହି ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ଅନ୍ନପୁର୍ଣ୍ଣା ଶତପଥୀ, ରାଧିକା ସୂତାର ପ୍ରମୁଖଙ୍କ ନେତୃତ୍ୱରେ ନିୟମିତ ହୋଇନଥିବା ସୁପରଭାଇଜରମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାରେ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ