ସ୍ପଷ୍ଟ ହେଲା ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଚୟନ। କାହା ସପକ୍ଷରେ ଯିବ ଜନାଦେଶ !
କୋଣାର୍କ.ଜଗସିଂହପୁର ଲୋକସଭା ନିର୍ବାଚନ ମ୍ତଣଳୀର କାକଟପୁର ଓ ନିମାପଡା ନିର୍ବାଚନ ମଳୀରେ ଦେଖାଦେଇଛି ରାଜନୈତିକ ଉସ୍ମତା । ସବୁ ଦଳର ଘନଘନ ପ୍ରଚାର ସାଙ୍ଗକୁ ବିଶାଳ ରାଲୀର ଶୋଭାଯାତ୍ରା। ଏବେ ଅପେକ୍ଷା ଭୋଟର କାହାକୁ ଦେବେ ଭୋଟ କେଉଁ ପ୍ରାର୍ଥୀ ଭୋଟରଙ୍କ ଆସ୍ତା ଭାଜନ କରିବେ।୨୦୧୯ ସାଧାରଣ ନିର୍ଵାଚନ ପାଇଁ ପ୍ରସ୍ତୁତ ହୋଇ ସାରିଲେଣୀ ୩ ପ୍ରମୁଖ ଦଳ । ବିଜେଡି , କଂଗ୍ରେସ ଓ ବିଜେପି। ସବୁ ଦଳର ସମର୍ଥକଙ୍କ ମହଲରେ ବେଶ ଉତ୍ସାହ ଏଥର ଆମେ କରିବୁ ବାଜିମାତ ! ତେବେ ପ୍ରାର୍ଥୀଙ୍କ ନାମାଙ୍କ ଦାଖଲ ସମୟରେ ସମର୍ଥକଙ୍କ ଭିଡ ଚିତ୍ର ସାଧାରଣ ଭୋଟରଙ୍କୁ ଚକିତ କରିଛି। ନିମାପଡାରୁ ବିଜେଡି ବିଧାୟକ ପ୍ରାର୍ଥୀ ସମୀର ଦାଶ ନିର୍ବାଚନ ଲଢୁଥିବା ବେଳେ ତାକୁ ଚେବେ ବାକୁ ବିରୋଧୀ ମଧ୍ୟ ସକ୍ରିୟ । ବିଜେପିରୁ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସରୁ ଦିଲ୍ଲୀ ପନାୟକ ପ୍ରାର୍ଥୀ ହୋଇ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି। ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ପ୍ରଭାତୀ ଓ ଦିଲ୍ଲୀପ ନିଜ ସମର୍ଥକଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାରିହେବାକୁ ବେଶ ଆଶାବାଦୀ ଅଛନ୍ତି। ଏପଟେ ଶାସକ ବିଜେଡି ପ୍ରାର୍ଥୀ ସମୀର କିନ୍ତୁ ତ୍ରିମିଖୀ ଲଢେଇରେ ପୁଣିଗଡ ଦଖଲ କରି ଶାସନ ଗାଡିରେ ବସିବେ ବୋଲି ଦ୍ରୁଢୋକ୍ତି ପ୍ରକାଶ କରିଛନ୍ତି।ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା କହିଛନ୍ତି । ଏକ ସମର୍ଥନ ହିଁ ଆମ ସପକ୍ଷରେ ଜନାଦେଶ ଆସିବାର ସଂଦେଶ ଦେଇଛି। ଏଥର କିନ୍ତୁ ଆଉନୁହେଁ । ଏ ଭ୍ରଷ୍ଟାଚାରୀ ଶାସନର ଅବଶାନ ଘଟିବ। ଆମେ ନିଶ୍ଚୟ ନିମାପଡାରେ ଲକ୍ଷାଧୀକ ଭୋଟରେ ବିଜୟୀ ହୋଇ କ୍ଷମତାକୁ ଆସିନି ମାପଡାର ବିକାଶ କତରିବି। ଗରିବଙ୍କ ମୁହଁରେ ହସଫୁଟାଇବି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ୧୨୦ର ସେପଟେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଲ୍ଲିପ ନାୟକ କହିଛନ୍ତି । ଏଥର ନିଶ୍ଚୟ ନିମାପଡାରେ ହାତ ବିଜେଡି ଡବିଜୟୀ ହେବା ସହ ବେକାରୀକୁ ରୋଜଗାର. ଚାଷୀର ସହାୟକ ମୁଲ୍ୟ ବ୍ରୁଦ୍ଧି କରିବା ସହ ଗରିବ ଝିଅ ବିବାହର ପାଇଁ ସଂପୂର୍ଣ ସହାୟତା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଶାସକ ବିଜେଡି ବିଧାୟକ ପ୍ରାର୍ଥୀ ସମୀର ଦାଶ କହିଛନ୍ତି , ଦୀର୍ଘ ଦିନଧରୀ ନିମାପଡାକୁ ଦଖଲରେ ରଖିଛି ବିଜେଡି । ନିମାପଡାର ରସ୍ତାଘାଟ ଆଲୋକୀ କରଣ ସାଙ୍ଗକୁ ଗ୍ରାମଞ୍ଚଳର ବିକାଶ କରିବା ସହ ଘରେଘରେ ପ୍ରତିଟି ଭୋଟର ସହ ଜଡିତ ଅଛି।.ଆଗାମୀଦୀନରେ ପୁଣୀ ବିଜେଡି ନିମାପଡାରେ ବୀଜୟୀ ହେବାସହ ୫ଥର ପାଇଁ ବିଜେଡି ସରକାର ଗଠନ କରିବ. । ନିର୍ବାଚନ ଏକ ପ୍ରକିୟା ମାତ୍ର। ସେହିପରୀ ନିମାପଡା ଓ କାକଟପୁରରେ ୪ର୍ଥ ପର୍ୟ୍ୟାେୟ ନିର୍ବାଚନ ମତଦାନ ଅନୁଷ୍ଠିତ ହେଉଥିବାରୁ। କାକଟପୁର ମଧ୍ୟ ବେଶ ନିର୍ବାଚନୀ ଉସ୍ମତା ଦେଖିବାକୁ ମିଳିଛି।ପ୍ରଥମେ ବିଜେଡି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ଦଳ ପ୍ରାର୍ଥୀକରିଥିବା ବେଳେ ବିଜେପି ତୁଷାରକାନ୍ତୀ ବେହେରାଙ୍କୁ ପ୍ରାର୍ଥୀକରିଥିଲା। ପରେ ତୁଷାରଙ୍କ ସମର୍ଥନ ବ୍ରୁଦ୍ଧି ପାଉଥିବା ଆକଳ କରିଥିଲା ଦଳ। ବିଜେପିକୁ ପରାଜୟ କରିବା ଲକ୍ଷରେ ବିଜେଡି ତୁଷାରକୁ ଦଳରେ ସାମିଲ କରି ସୁରେନ୍ଦ୍ରଙ୍କ ସ୍ଥାନରେ ତୁଷାରଙ୍କୁ ପ୍ରାର୍ଥୀକଲା । .ସେପଟେ ସୁରେନ୍ଦ୍ର ସେଠି ଏବେ ବିଜେଡି ଦଳରେ ଥିବାବେଳେ ୨୦୦୯ର ବିଜେଡି ବିଧାୟକ ରବି ମଲ୍ଲିକଙ୍କୁ ବିଜେପି କାକଟପୁର ପାଇଁ ପ୍ରାର୍ଥୀ କରିଛି। ଏଦୁଇ ଦଳର ପ୍ରମୁଖ ବିରୋଧୀ କଂଗ୍ରେସ ୨୦୦୯ ସାଧାରଣ ନିର୍ବାଚନ ର ବିଧାୟକ ପାର୍ଥୀ ବିଶ୍ବ ଭୁଷଣ ଦାଶଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣି ଦଳ ଟିକେଟ ଦେଇଛି। କାକଟପୁରରେ ଉଭୟ ବିଜେପି ଓ ବିଜେଡିରେ ଟିକେଟ ବଂଣ୍ଟନକୁ ନେଇ କର୍ମୀଙ୍କ ଦଳଡିଆଁ କାର୍ୟ୍ୟେକ୍ରମ ଆରମ୍ଭ ହୋଇଛ। ଅସନ୍ତୋଷ କର୍ମୀକୁ ନିଜ ଆଜକୁ ଆକର୍ଷତ କରିବାକୁ ଲାଗିପଡିଛନ୍ତି ନେତା । କଂଗ୍ରେସ କିନ୍ତୁ ଗୋଳିଆପାଣିରୁ ଫାଇଦା ନେବାକୁ ଅଙ୍କକଷୁ ଥିବାବେଳେ ସେପଟେ ବିଜେପି –ବିଜେଡିକର୍ମୀଙ୍କୁ ଭୋଟରଙ୍କୁ ନିଜ ନିଜ ସପକ୍ଷରେ ମତ ଦେବାକୁ ଭୋଟରଙ୍କୁ ଟଣାଓଟରା କରିବାକୁ ଜୋରଦାର ପ୍ରୟାଶ ଆରମ୍ଭ କରିଦେଇଛନ୍ତି । ବିଶ୍ବ ଭୁଷଣ ଦାଶ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିଜର ପ୍ରଚାର ପ୍ରସାର ସାଙ୍ଗକୁ ସଂଗଠନ ଜୋରଦାର କରୁଥିଲା ବେଳେତୁଷାରକାନ୍ତି ବେହେରା .ବିଜେଡି ବିଧାୟକ ପ୍ରାର୍ଥୀ ହୋଇ ବିଜେପି ଓ କଂଗ୍ରେସର ବହୁ ବରିଷ୍ଠ କର୍ମୀକୁ ସାମିଲ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା ଚଲାଇଛନ୍ତି . । ରବି ମଲ୍ଲିକ କିନ୍ତୁ ଭିନ୍ନ ରଣନୀତୀ ପ୍ରସ୍ତୁତ କରିଚନ୍ତି ।. ବିଜେପିର ଦଳୀୟ ଭୋଟସାଙ୍ଗକୁ ନିଜର ପକେଟ ଭୋଟକିୁ ନେଇ ବେଶଆଶାବାଦୀ ଅଛନ୍ତି ।. ଚଳିତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ମନୋନିତ ହେଲେ କାକଟପୁରକୁ ବିକାଶ ପଥରେ ଆଗେଇ ନେବାକି ଅଣ୍ଟାବିଢିଛନ୍ତି। ଏବେ କାକଟପୁରରେ କେଉଁ ଦଳ ଭଲ ପଦର୍ଶନ କରିବ ତାକୁ ନେଇ ମାନସ ମନ୍ଥନ ଚାଲିଛି. ।ନିମାପଡାରେ ବିଜେଡିର ଟାଣୁଆ ନେତା ସମୀର ଦାଶ ଦୀର୍ଘଦିନ ଧରୀ ଶାସନ କ୍ଷମତାରେ ଥିବାରୁ ତାକୁ ହରାଇବାକୁ ଲାଗି ପଡିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ସେପଟେ ପୁରୀରୁ ଆସି କାକଟପୁରରେ ବିଧାୟକ ହୋଇଥିବା ସୁରେନ୍ଦ୍ର ସେଠୀଙ୍କ ସ୍ଥାନରେ ମାଟିର ପୁଅକୁ ପ୍ରାର୍ଥି କରିବାକୁ ଅଂଚଳ ବାସୀ ଦାବୀ କରିଆସୁଥିଲେ। ଏବେ ପ୍ରମୁଖ ୩ ଦଳ ମାଟିର ପୁଅକୁ ପ୍ରାର୍ଥୀ କରିଛ। ବିଜେପିରେ ରବି ମଲ୍ଲିକ କଂଗ୍ରସରେ ବିଶ୍ବ ଭୁଷଣ ଦାଶ ଓ ବିଜେଡିରେ ତୁଷାର କାନ୍ରି ବେହେରା ଥିବାବେଳେ କିଏ କାକଟପୁରଗଡ ଜୟ କରି ଶାସନ ଗାଦି ଆପଣେଇ ତାକୁ ନେଇ ଲାଗିଛି ଆରୋପ ପ୍ରତ୍ୟାରୋପ। ଏପଟେ ନିମପଡା ଓ କାକଟପୁରରେ ୪ର୍ଥ ପର୍ୟ୍ୟାିୟ ମତଦାନ ହେଉଥିବାରୁ ପ୍ରାଥମ . ଦିତୀୟ ଓ ତ୍ରୁତୀୟ ମତଦାନର ଏକ ଜୁଟ୍ପୋଲ କେଉଁ ଦଳ ସପକ୍ଷରେ ଉପରେ ଯିବ ତା ଉପରେ ଭୋଟରଙ୍କ ନଜର ରହିବ।


