ସ୍ବାସ୍ଥ୍ୟ କେନ୍ଦ୍ର ପରଖିଲେ ଉପଜିଲ୍ଲାପାଳ

ବେଲଗୁଣ୍ଠା(ଶିବରାମ ଚୌଧୁରୀ):ଗତ ଶୁକ୍ରବାର ଦିନ ବେଲଗୁଣ୍ଠା ବ୍ଳକ କାର୍ଯାଳୟ ଠାରେ ଭିଡିଓ କନ୍ଫେରେନ୍ସ କାର୍ଯ୍ୟକ୍ରମ ରେ ଯୋଗଦେବା ପରେ ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ଅଚାନକ ବେଲଗୁଣ୍ଠା ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ରେ ବାହାରି ରୋଗୀ ମାନଙ୍କୁ ଭେଟି ସେମାନଙ୍କର କିଛି ସମସ୍ୟା ରହିଛି କି ବୋଲି ପଚାରି ବୁଝିଥିଲେ। ସ୍ବଚ୍ଛତା ଉପରେ ବହୁତ ଗୁରୁତ୍ୱ ଦେଇଥିବା ବେଳେ ମେଡିକାଲ କୁ ଲାଗି ରହିଥିବା ତଥା ପାଖ ଦୋକାନୀ ମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ ଖିଲାପ କାରୀଙ୍କୁ ଦଣ୍ଡବିଧାନ କରାଯାଉ ବୋଲି ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଥାଉକି ପୂର୍ବ ଦିନ ଅର୍ଥାତ୍ ଗୁରବାର ଦିନ କଲେକ୍ଟର ବିଜୟ ଅମୃତ କୁଲାଙ୍ଗେ ଅଚାନକ ଚଢାଉ କରି ଡଷ୍ଟବିନ ବ୍ୟବହାର ନ କରିଥିବା କିଛି ଦୋକାନି ଙ୍କୁ ୫ ହଜାର ଲେଖାଏଁ ଜରିମାନା ଆଦାୟ କରିବା ପାଇଁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ତ୍ରିପାଠୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ