ସ୍ଵାଧୀନତା ଦିବସ ପାଳିତ;ଗଣମାଧ୍ୟମ ପ୍ରତିନିଧି ଅବହେଳିତ
ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ରେ ଆଜି ଗର୍ବ ଓ ଗୌରବ ର ସହ ପାଳନ ହେଇଛି ଦେଶ ର ୭୪ ତମ ସ୍ଵାଧୀନତା ଦିବସ। କାରୋନା କଟକଣା ଯୋଗୁଁ ଜାକଜକମ ରେ ପାଳନ ନ ହେଇ ପାରିଲେ ମଧ୍ୟ ସ୍ଵାଧୀନତା ଦିବସ ରେ ତିରଙ୍ଗା ପତାକା ଉତୋଳନ କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କ ରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ଦିବସ ପାଳନ ବେଳେ କାରୋନା କଟକଣା ଓ ସରକାରୀ ନିୟମ କୁ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା। ସୋରଡା ରେ ସବୁଠାରୁ ଆକର୍ଷଣ ମାର୍ଚ ପଷ୍ଟ ପେରେଡ ହେଇଥିବା ବେଳେ ଚଳିତ ବର୍ଷ ଏହା ବନ୍ଦ ରହିଥିଲା କେବଳ ଜାତୀୟ ଦିବସ ପାଳନ କମିଟି ତରଫରୁ ସ୍ଥାନୀୟ ଶଶୀ ଭୂଷଣ ଉଚ ବିଦ୍ୟାଳୟ ପଡିଆରେ ଜାତୀୟ ଦିବସ ପାଳନ ଆୟୋଜନ କରଯାଇଥିଲା ଯେଉଁଥିରେ କୌଣସି ଗଣମାଧ୍ୟମ ପ୍ରତିନିଧି କୁ ସୂଚନା ମଧ୍ୟ ଦିଆଯାଇନଥିଲା। ସୋରଡା ରେ ଏହି ଦିବସ ପାଳନ ପାଇଁ ଏକ ଜାତୀୟଦିବସ ପାଳନ କମିଟି ରହିଛି ଯେଉଁଥିରେ ସୋରଡା ତହସିଲଦାର ଅଧ୍ୟକ୍ଷ ଅଛନ୍ତି । ତହସିଲଦାର ଙ୍କ ଅଧ୍ୟକ୍ଷତା ରେ ଏହି ଦିବସ ପାଳନ ପାଇଁ ଏକ କମିଟି ରହିଛି ଏବଂ କମିଟି ର ନିଷ୍ପତି ପ୍ରକାରେ କାର୍ୟ୍ୟକର୍ମ ର ଅତିଥି ସମେତ ସମସ୍ତ କାର୍ଯ୍ୟା ସୂଚୀ ଚୁଡାନ୍ତ ହେଇଥାଏ। କିନ୍ତୁ ଚଳିତ ବର୍ଷ କଟକଣା ଯୋଗୁଁ ଏହା ସମ୍ଭବ ହେଇନପରିବା ସମସ୍ତ ଙ୍କ ବିଶ୍ବାସ ଥିଲା କିନ୍ତୁ ଆଜି ଦୃଶ୍ୟ ଅଲଗାଥିଲା। ପ୍ୟାରେଡ ପଡିଆ ଜାକଜକମ ରେ ସଜା ଯାଇଥିଲା ଏବଂ ସୋରଡା ତହସିଲଦାର , ବି ଡି ଓ ସମେତ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ପରମ୍ପରା ପ୍ରକାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ମଧ୍ୟ ଉତୋଳନ କରିଥିଲେ। କିନ୍ତୁ ଏହି ସମସ୍ତ କାର୍ଜ୍ୟକ୍ରମ ବିଷୟରେ କାହାକୁ ମଧ୍ୟ ସୂଚନା ଦିଆଯାଇନଥିଲା। ଏପରିକି ସୋରଡା ରେ ବର୍ତମାନ ବୈଦ୍ୟୁତିକ ଗଣମାଧ୍ୟମ ସହ ଅନେକ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟାରତ ଅଛନ୍ତି। ସ୍ଵାଧୀନତା ପରି ଗୁରୁତ୍ବପୂର୍ଣ ଦିନ ରେ ଗଣମାଧ୍ୟମ ପ୍ରତି ଏହିପରି ଅବହେଳା ଅସନ୍ତୋଷ ସୃଷ୍ଟି କରିଛି। ଏପରିକି ଏହି ଦିବସ ପାଇଁ ଯେଉଁ ମାନେ ଦୀର୍ଘ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେମାଙ୍କୁ ମଧ୍ୟ ସୂଚନା ଦିଆଯାଇନାହି। ସୋରଡା ରେ ପାଳନ କରାଯାଇଥିବା ଏହି ୭୪ ତମ ସ୍ଵାଧୀନତା ଦିବସ ରେ ଗଣମାଧ୍ୟମ କୁ ଅବହେଳା କରାଯିବା ଘଟଣା କୁ ନିନ୍ଦା କରାଯିବା ସହ ଗଞ୍ଜାମ ଜିଲ୍ଲାପାଳ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହେଉଛି।


