ସ୍ୱଚ୍ଛତା ହିଁ ସେବା ଅଭିଯାନ ଆରମ୍ଭ 

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ଜଳ ଶକ୍ତି ମନ୍ତ୍ରଣାଳୟ ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ ଅଧିନରେ ଗତ ୧୭ତାରିଖରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ଅଭିଯାନ। ଏହି ପରିପ୍ରେକ୍ଷୀରେ ପୌର ପରିଷଦ, ହିଞ୍ଜିଳିକାଟୁ ପକ୍ଷରୁ ସହରର ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯାଇ ବିବିଧ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ମଙ୍ଗଳବାର ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ଓ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚିତ୍ରାଙ୍କନ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଦରକାରୀ କଠିନ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ବହୁ ହାତ ତିଆରି ବ୍ଯବହାର ଉପଯୋଗୀ ଉପକରଣକୁ ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ସେହିପରି ସ୍ୱଚ୍ଛତାକୁ ଆଖି ଆଗରେ ରଖି ସହରର ପରିବେଶ ସୁପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ କରାଯାଇ ପାରିବ ସେ ପ୍ରସଙ୍ଗରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା। ଏହା ସହିତ ସହରରେ ପଲିଥିନ୍ ଓ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ଯବହାରରେ ଉଦ୍ଧିଷ୍ଟ କଟକଣା ଓ ଏହାର କୁପ୍ରଭାବ ଉପରେ ପ୍ରସ୍ତୁତ ହୋଇଥିବା ଭିଡିଓ ପ୍ରଦର୍ଶିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଡୋର୍ ଷ୍ଟାଡିୟମ ପରିସରରେ ଆୟୋଜିତ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାକୁ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ତହସିଲଦାର ଭିକାରୀ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର, କନିଷ୍ଠ ପରିମଳ ଅଧିକାରୀ ସମୀର ମହାନ୍ତି, ପାରିଷଦ ଓ ପୌର କର୍ମଚାରୀ ପ୍ରମୁଖଙ୍କ ସମେତ ପୋଲସରା,କୋଦଳା, ଆସିକା ଆଦି ସହରର ବ୍ୟାଡମିଣ୍ଟନ ଖେଳାଳୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ