ସ୍ୱଚ୍ଛ ପୁରୀ ଅଭିଯାନରେ ସାମିଲ୍‌ ହେଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ

ପୁରୀ,-:ଭାରତପେଟ୍ରୋଲିୟମକର୍ପୋରେସନ ଲିମିଟେଡ଼ (ବିପିସିଏଲ୍‌) ଦ୍ୱାରା ବେଳାଭୂମିଠାରେ ପୁରୀ ସ୍ୱର୍ଗଦ୍ୱାର ନିକଟସ୍ଥ ହୋଟେଲ ଆଗ୍ରିହରି ସମ୍ମୁଖରୁ ହୋଟେଲ ଲକିଇଣ୍ଡିଆ ପର୍ଯ୍ୟନ୍ତ ଏକ ବିଶାଳ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଭାରତର ଜନପ୍ରିୟ ତଥା ଯଶସ୍ୱୀ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ରମୋଦୀଙ୍କର ଆହ୍ୱାନ କ୍ରମେ ସମଗ୍ର ଦେଶରେ ବ୍ୟାପକ ରୂପେ ଚାଲିଛି ସ୍ୱଚ୍ଛଭାରତ ଅଭିଯାନ । ଭାରତସରକାରଙ୍କ ପେଟ୍ରୋଲିୟ ମମନ୍ତ୍ରଣାଳୟର ସମସ୍ତତୈଳଏବଂଗ୍ୟାସ କମ୍ପାନୀମାନେ ନିଜକୁ ଏହି ଅଭିଯାନରେ ସାମିଲ କରି ଦେଶସାରା ବହୁବିଧ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି । ବିଶେଷ କରି ସଂସ୍କୃତି ତଥା ଧାର୍ମିକ ଦୃଷ୍ଟିରୁ ମହତ୍ତ୍ୱ ରଖୁଥିବା ପୁରୀସହରକୁ ସ୍ୱଚ୍ଛ ତଥା ଆବର୍ଜନା ମୁକ୍ତ କରିବାର ସଙ୍କଳ୍ପ ନେଇ ନିର୍ଦ୍ଦିଷ୍ଟ ସମୟାନ୍ତରରେ ସ୍ୱଚ୍ଛଭାରତ ଅଭିଯାନ ଆୟୋଜନ କରାଯାଉଅଛି । ବିପିସିଏଲ୍ ଦ୍ୱାରା ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେଶ୍ରୀ ପ୍ରହ୍ଲାଦ ସିଂ ପଟେଲ, ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ), ଭାରତସରକାର ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛତାର ସ୍ୱପ୍ନକୁ ସାକାରକରିବାସଙ୍ଗେସଙ୍ଗେ ସ୍ୱଚ୍ଛ ପୁରୀଗଠନରେ ସହଭାଗୀହେବା ପାଇଁ ସହରବାସୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପୁରୀରମାନ୍ୟବର ବିଧାୟକଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ, ବିପିସିଏଲ୍‌ର ଶ୍ରୀ ଦେବାଶୀଷ ପାଲିତ୍‌, ରିଟେଲରାଜ୍ୟମୁଖ୍ୟ (ଓଡ଼ିଶାଏବଂଝାରଖଣ୍ଡ), ଶ୍ରୀସଞ୍ଜୟଶର୍ମା,ଏଲ୍‌ପିଜି ରାଜ୍ୟମୁଖ୍ୟ (ଓଡ଼ିଶା)ଙ୍କ ସମେତ ଆଇଓସିଏଲ୍‌, ଏଚ୍‌ପିସି, ଗେଲ୍‌, ଏସ୍‌ଇଆର୍‌ପିଏଲ୍‌, ସେଲ୍‌ରବରିଷ୍ଠ ଅଧିକାରୀ ଶ୍ରୀ ପି ସିଚୈାବେ, ଶ୍ରୀଟିଡ଼ିଭିଏସ ଗୋପାଲକ୍ରିଷ୍ଣା, ଶ୍ରୀ ଦିନବନ୍ଧୁସୋରେନ, ଶ୍ରୀ ଦେବୀ ପ୍ରସାଦ ଶତପଥୀ, ଶ୍ରୀ ଧର୍ମେନ୍ଦ୍ରବେହୁରା, ଶ୍ରୀ ଅଭୟଙ୍କର ଦାଶ, ଶ୍ରୀଏସ୍‌. କେ. ଝା, ଶ୍ରୀକୁମାର ଜ୍ୟୋତିରାୟଚୈାଧୁରୀ, ଶ୍ରୀ ଦୀପକ ନାୟକ ପ୍ରମୁଖମଧ୍ୟ ଯୋଗଦେଇଥିଲେ ।
ପୁରୀ ସହରର ବିଭିନ୍ନ ଶିିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକସଂଗଠନର ସଦସ୍ୟ, ବରିଷ୍ଠତଥା ସାଧାରଣ ନାଗରିକଙ୍କ ସମେତ ପ୍ରାୟ ତିନିହଜାରରୁ ଊର୍ଦ୍ଧ୍ୱ ସମାଜସେବୀଏହି ବିଶାଳ ସ୍ୱଚ୍ଛଭାରତ ଅଭିଯାନରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ପୁରୀ ସହରରେ ସ୍ୱଚ୍ଛଭାରତ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ବିପିସିଏଲ୍ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ