ଡିପି ପ୍ରୋଡ଼ସନ ର ପ୍ରଥମ ଅବଦାନ ହାର୍ଟ ଟୁ ହାର୍ଟ ର ଶୁଭ ମୁହୂରତ

ଭୁବନେଶ୍ୱର-(ତାରିଣୀ ପ୍ରସାଦ ପଣ୍ଡା)-ଶୁକ୍ରବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ବହୁ ଧୁମଧାମରେ ରେ ଡିପି ପ୍ରୋଡ଼ସନ ର ପ୍ରଥମ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ହାର୍ଟ ଟୁ ହାର୍ଟ ର ଶୁଭ ମୁହୂରତ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚିତ୍ରର ସଂଗୀତ ନିର୍ବ୍ଦେଶକ ପ୍ରଶାନ୍ତ ପାଲ ଙ୍କ ସଙ୍ଗୀତ ନିର୍ବ୍ଦେଶନାରେ ହୂମାନ ସାଗର ଦୀପ୍ତି ରେଖା , ଓ ଅନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ଵାରା ରେକଡିଂ ଚାଲୁଥୁବାବେଳେ ଏହାର ସୁଟିଂ କିଛିଦିନ ମଧ୍ୟରେ ଭୁବନେଶ୍ୱର ,କଟକ ,ଖୋର୍ଦ୍ଧା, ପାରଳାଖେମୁଣ୍ଡି, ସହ କିଛି ଗୀତ ର ସୁଟିଂ ଗଣ୍ଡାହାତୀ ,ଖସଡ଼ା,ଜିରାଙ୍ଗ ବୁଦ୍ଧ ମନ୍ଦିର,ବିଭିନ୍ନ ଜଳପ୍ରପାତ , ସହ ଦାର୍ଜିଲିଂ, ବିଶାଖାପାଟଣା ରେ କରାଯିବ ବୋଲି ପ୍ରଯୋଜକ ତଥା ନିର୍ବ୍ଦେଶକ ଦିନେସ ଦାସ କହିଛନ୍ତି । ଏହି ଚଳଚ୍ଚିତ୍ର ଟି ମୁଖ୍ୟତଃ ପ୍ରେମ ଓ ପାରିବାରିକ କାହାଣି ଉପରେ ଆଧାରିତ । ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକା ରେ ନବାଗତା ନିରବ ,ଲିପିକା, ପୂଜା,ଅନ୍ୟତମ କଳାକାର ଭାବେ ବିଜୟ ମହାନ୍ତି ,ଅଶ୍ରୁମଚଂନ ମହାନ୍ତି ,ଅଶିଷ ପତି, ବିଜୁ ବଡ଼ଜେନା ,ପ୍ରଜ୍ଞା,ଚକ୍ରଧର ଜେନା ଜୀବନ ପଣ୍ଡା,ଥିନ,ବ୍ଲାକ ରବି ପ୍ରମୁଖ ଅଭିନୟ କରୁଥିବା ଜଣାପଡିଛି । ଚଳଚ୍ଚିତ୍ର ଟି ଚଳିତ ବର୍ଷ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ