ସ୍ୱଚ୍ଛ ଭାରତ ବାଟବଣା

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ପଞ୍ଚାୟତ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ ଉପରେ ପ୍ରତ୍ୟେକ ଦିନ ଶହ ଶହ ଗାତି ଯାତାୟତ କରେ । ଏହି ଅଡବା ଉପରେ ୩୦ରୁ ଉର୍ଦ୍ଧ୍ଵ ଗ୍ରାମ ନିର୍ଭର କରନ୍ତି ବାଣିଜ୍ୟ ବ୍ୟବସାୟ ପାଇଁ । ଏହାର ଦୁଇ ପାର୍ଶ୍ଵରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ହୋଟେଲ ଓ ଚା ଦୋକାନ ଗୁଡ଼ିକର ଆବର୍ଜନା ପାଣି ରାସ୍ତାଘାଟରେ ବୋହିଯିବା ସହ ନଦୀରେ ଯାଇ ମିଶେ । ଯାହା ଫଳରେ ନଦୀର ଜଳ ଦୂଷିତ ହେବାରେ ଲାଗିଛି । ନଦୀ ଉପରେ ଭରସା କରୁଥିବା ସାହି ବାସିନ୍ଦା ଦୂଷିତ ଜଳକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି ଓ ସ୍ନାନ ମଧ୍ୟ କରୁଛନ୍ତି । ଯାହାଫଳରେ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏପରିକି ରାସ୍ତାରେ ଦୁଇ ପାର୍ଶ୍ଵରେ କୃଢକୃଢ଼ ଅଳିଆ ଆବର୍ଜନା ମାସ ମାସ ଧରି ଜମି ରହୁଥିବା ଦୃଶ୍ୟମାନ ହେଉଛି । ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଡ‌ଷ୍ଟବିନ୍‌ ଦିଆଯାଇନାହିଁ ଏବଂ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଗ୍ରାମବାସୀଙ୍କ ପକ୍ଷରୁ ତୁରନ୍ତ ଡ୍ରେନ ନିର୍ମାଣ ଓ ଦୋକାନୀ ମାନଙ୍କୁ ଡଷ୍ଟବିନ୍‌ ପ୍ରଦାନ କରିବା ପାଇଁ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ