ସ୍ୱର୍ଗତ କସ୍ତୁରୀ ପାତ୍ରଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ସଭା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣା ମହିଳା ତଥା ସମାଜସେବୀ କସ୍ତୁରୀ ପାତ୍ର (୭୨) ଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ସଭା ପାଇଲିପଡ଼ା ସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତା ପାତ୍ରଙ୍କ ବଡପୁଅ ତଥା ପାଇଲିପଡ଼ା ସମିତିସଭ୍ୟ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଏମବିଏସ୍ କୋଲା ସିଏମଡି ବସନ୍ତ କୁମାର ବିଷୋୟୀ,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,ଆସିକା ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଅନିମା ପରିଡ଼ା, ବରିଷ୍ଠ ନେତା ସୟଦ୍ ମୁବାରକ୍, ପ୍ରାକ୍ତନ ଆସିକା ପଂଚାୟତ ସମିତି ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡ଼ା, ବଡପଡା ସମିତିସଭ୍ୟ ପୀତବାସ ସାହୁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ପ୍ରହଲ୍ଲାଦ ଲେଙ୍କା,ସଞ୍ଜୟ ପ୍ରଧାନ,ଚିନ୍ତାମଣି ସ୍ୱାଇଁ, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା,ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସମେତ ଅଞ୍ଚଳର ହଜାର ହଜାର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ଵର୍ଗତା କସ୍ତୁରୀଙ୍କ ସ୍ମୃତି ଚାରଣ କରିଥିଲେ I ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବଛା ବଛା କଳାକାରମାନଙ୍କୁ ନେଇ ଗଠିତ ମାଆ ଦଣ୍ଡକାଳୀ ଭଜନ ସନ୍ଧ୍ୟା ଅନୁଷ୍ଠାନ ଭାବ ପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ I ସ୍ଵର୍ଗତା ପାତ୍ରଙ୍କ ପରିବାର ସଦସ୍ୟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ