ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପରିବାର ପାଳନ କଲେ ଦୀପାବଳି
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଆଲୋକ ପର୍ବ ଦୀପାବଳି ଓ କାଳୀପୂଜା ଅବସରରେ ଛତ୍ରପୁୁର ର ସମାଜସେବୀ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ସପରିବାର ଭିନ୍ନ ଢଙ୍ଗରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ସ୍ୱର୍ଗତ ପଟ୍ଟନାୟକଙ୍କ ପୁଅ ସୁଧୀର ପଟ୍ଟନାୟକ ଓ ତାଙ୍କ ବୋହୂ ତଥା ବ୍ୟାଙ୍କ ଅଫ୍ ବରୋଦାର ଛତ୍ରପୁର ଶାଖାର ସହପରିଚାଳକ ସମାପ୍ତି ପଟ୍ଟନାୟକ ସରକାରୀ ରବିବାର ଦିନ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ରୋଗୀମାନଙ୍କୁ ଫଳ ବଂଟନ କରିବା ସହ ଦୀପାବଳି ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ଏହା ସହ ଦୁହେଁ ବ୍ରହ୍ମପୁର ଓ ଛତ୍ରପୁର ଆଖପାଖ ସେବା ଆଶ୍ରମରେ ମିଷ୍ଟାନ୍ନ ବାଂଟି ଦୀପାବଳି ପାଳନ କରିଛନ୍ତି । ସମସ୍ତଙ୍କୁ ସବୁଜ ଦୀପାବଳି ପାଳନ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ସମାଜସେବୀ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକ ସମାଜସେବା କାର୍ଯ୍ୟରେ ଛତ୍ରପୁର ଠାରୁ ଆରମ୍ଭ ରାଜ୍ୟ ସାରା ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହି ଗରୀବ, ନିରିହ , ଅସାହୟ ଲୋକମାନଙ୍କୁ ସାହାର୍ଯ୍ୟ କରିଆସୁଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କ ପୁଅ ଓ ବୋହୂ ଏହି ସମାଜସେବୀ କାର୍ଯ୍ୟକ୍ରମକୁ ହାତକୁ ନେଇ ସେବା କରି ଚର୍ଚ୍ଚା ରହିଆସିଛନ୍ତି । ସ୍ୱର୍ଗତ ପଟ୍ଟନାୟକଙ୍କ ବୋହୂ ଶ୍ରୀମତି ପଟ୍ଟନାୟକ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାରୁ ନିଜର ପାରିଶ୍ରାମିକ ଅର୍ଥ ରୁ ବଳକା ବାହାର କରିୁ ସମାଜସେବା କରୁଛନ୍ତି ।