ସ୍ୱର୍ଗତ ସାକୁରା ବେହେରାଙ୍କ ୫ମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତି ସଭା

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍):ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଯୁବ ନେତା ତଥା ସମାଜସେବୀ ଯୁବ ସଂଗଠକ ସ୍ୱର୍ଗତ ସାକୁରା ବେହେରାଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ ପାର୍ଟିର ଛତ୍ରପୁର ଜୋନାଲ ସହ-ସମ୍ପାଦକ ଡି. ଆଦି ନାରାୟଣ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟପାର୍ଟିର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହ ସଂପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନ୍ ସମ୍ପାଦକ ଏସ୍. କ୍ରିଷ୍ଣା ରେଡ୍ଡି,  ସହ-ସମ୍ପାଦକ ସିକନ୍ଦର ଖାନ୍,ଗଞ୍ଜାମ ଜୋନାଲ ସମ୍ପାଦକ ବୃନ୍ଦାବନ ପଲେଇ, ସହ-ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ରଥ,  ଚମାଖଣ୍ଡି ଜୋନ ସମ୍ପାଦକ ସି.ଏଚ୍ ଜନାର୍ଦ୍ଦନ ରେଡ୍ଡି, ସହ-ସମ୍ପାଦକ ଗୁରୁନାଥ ପ୍ରଧାନ ଓ ଏନ୍.ଗିରିଜାପ୍ରସାଦ ରେଡ୍ଡୀ, ବରିଷ୍ଠ କମ୍ୟୁନିଷ୍ଟନେତା ରାଜୀବ ଲୋଚନ ପଣ୍ଡା, ଅଖିଳ ଭାରତର ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, କଂଗ୍ରେସ ନେତା ଜି. ଏରେୟା, ପୂର୍ବତନ ସରପଂଚ ଦୂର୍ଯ୍ୟୋଧନ ପରିଡ଼ା, ପ୍ରଫୁଲ ପାଣିଗ୍ରାହୀ, ରାଜେନ୍ଦ୍ର ନାହାକ, ଟି. ନାରାୟଣ ରେଡ୍ଡି, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦର ସଭାପତି ଜଲାଲ୍ ଖାନ୍ , ସୁବୋଧ ସୁମନ ସ୍ୱାଇଁ, ଇଜୁ ଆମିନ୍ ଖାନ୍  ଙ୍କ ସମେତ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବହୁ ନେତା ଓ କର୍ମୀ ଏବଂ ସାକୁରା ବେହେରାଙ୍କୁ ଭଲ ପାଉଥିବା ବିଭିନ୍ନ ଦଳର ନେତା ଓ କର୍ମୀମାନେ ଯୋଗ ଦେଇ ସାକୁରା ବେହେରାଙ୍କ ଗୁଣଗାନ କରିବା ସହ ସେ ଜଣେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଯୁବ ସଂଗଠକ, ଉଦୀୟମାନ ନେତା ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ସମସ୍ତେ ସାକୁରା ବେହେରାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ