ସ୍ୱର୍ଗତ ସୁରେନ୍ଦ୍ର ନାଥ ନାୟକଙ୍କ ସ୍ମୃତି ସଭା ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଧୁମାଳ ଗ୍ରାମପଞ୍ଚାୟତର ବିଜେଡି କାର୍ଯ୍ୟାଳୟ ଠାରେ ଆଜି ବିଜେଡ଼ି ନେତା ସ୍ବର୍ଗତ ସୁରେନ୍ଦ୍ର ନାଥ ନାୟକଙ୍କ ପାଇଁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ବିଜେଡ଼ିର ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଉକ୍ତ ସ୍ମୃତି ଚାରଣ ସଭାରେ ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇ ଧୂମାଳ ଗ୍ରାମ ପଞ୍ଚାୟତ ପ୍ରତି ସ୍ୱର୍ଗତ ନାୟକଙ୍କର ଅବଦାନ ଅତୁଳନୀୟ ବୋଲି ମତ ପ୍ରକାଶ କରିଥିଲେ। ସ୍ଥାନୀୟ ନୟାହାଟ ଫାଣ୍ଡିର ନୂତନ ଗୃହ ନିର୍ମାଣ କ୍ଷେତ୍ର ଏକ ବିରାଟ ପୋଖରୀ ଥିଲା । ଉକ୍ତ ପୋଖରୀକୁ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ଦେଇ ପୋତିବାରୁ ଫାଣ୍ଡି ନିର୍ମାଣ ହୋଇ ପାରିଥିଲା। ତାଙ୍କ ଉଦ୍ୟମ ଫଳରେ ଧୁମାଳ ଗ୍ରାମ ପଞ୍ଚାୟତ ସହିତ ଗୋପ ବ୍ଲକ ଓ କୋଣାର୍କକୁ ପକା ପିଚୁ ରାସ୍ତା ସଂଯୋଗ ହୋଇପାରିଥିଲା। କାକଟପୁର ନିର୍ବାଚନ ମଣ୍ଡଳୀ ରେ ଥିବା ନୟାହାଟ ନିକଟସ୍ଥ ୬ ଗୋଟି ଗ୍ରାମପଞ୍ଚାୟତ ଯଥା ସୋରଭା, ବଉଲାଙ୍ଗ, ସିମିଳି, ଦେସ୍ଥଳି, ଇସାଣପୁର,ଜଙ୍ଗଲବୋରି ଓ ଧୁମାଳ ଗ୍ରାମ ପଞ୍ଚାୟତର ୫୦ ହଜାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ସ୍ୱର୍ଗତ ନାୟକ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ ବୋଲି କର୍ମୀ ମାନେ ପ୍ରକାଶ କରିଥିଲେ। ସ୍ୱର୍ଗତ ନାୟକ ଓଟାଙ୍ଗ ବ୍ରିଜ ଓ କାଦୁଆ ବ୍ରିଜ ନିର୍ମାଣ କରି ନୟାହାଟ ଅଞ୍ଚଳ ଲୋକଙ୍କର ହୃଦୟକୁ ଜିତି ନେଇଥିଲେ।କାକଟପୁର ନିର୍ବାଚନ ମଣ୍ଡଳୀ ନୁହେଁ ସାରା ରାଜ୍ୟରେ ସୁର ବାବୁ ଅପ୍ରତିଦ୍ଵନ୍ଦୀ ନେତା ରୂପେ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ। ତାଙ୍କ ମନ୍ତ୍ରୀତ୍ଵ ସମୟରେ ୧୩ ଜିଲ୍ଲା ରୁ ୩୦ ଜିଲ୍ଲା ହୋଇ ନୁଆ ଅଧ୍ୟାୟ ସୃଷ୍ଟି ହୋଇପାରିଥିଲା ବୋଲି ବିଜେଡ଼ି କର୍ମୀ ଓ ନେତାମାନେ ପ୍ରକାଶ କରିଥିଲେ। ଏହି ସ୍ମୃତି ଚାରଣ ସଭାରେ ପଞ୍ଚାୟତ ବିଜେଡି ସଭାପତି ଆଲୋକ ରାୟ, ଯୁବନେତା ଅଭିମନ୍ୟୁ ସିଂହ, ବରିଷ୍ଠ ନେତା ମହମ୍ମଦ ସମସୁଲ, ସରପଞ୍ଚ ମୋନାଲିସା ସିଂହ,ସମିତି ସଭ୍ୟା ଭାନୁମତୀ ମାଣିକ, ନାଏବ ସରପଞ୍ଚ ଅଶୋକ ସାହୁ ,ସହଦେବ ମାଣିକ, ପ୍ରଫୁଲ୍ଲ ବେହେରା,ପର୍ଶୁରାମ ରାୟ,ବାନାମ୍ବର ମହାନ୍ତି,ଇନ୍ଦ୍ରମଣି ବେହେରା, ଦେବେନ୍ଦ୍ର ମହାନ୍ତି,ଶେଖ୍ ସିକନ୍ ପ୍ରଭୃତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ