ସ୍ୱାଧୀନତା ଦିବସ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି

ବୁଧବାର ୧୪, ୨୦୧୯ ରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ମାନ୍ୟବର ରାଷ୍ଟ୍ରପତିଙ୍କ ସମ୍ବୋଧନ ଆସନ୍ତା କାଲି ସନ୍ଧ୍ୟା ୭ଟାରୁ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ସହିତ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀରେ ପ୍ରସାରିତ ହେବ । ପରେ ଇଂରାଜୀରେ ପ୍ରସାରଣ କରାଯିବ । ମାନ୍ୟବର ରାଷ୍ଟ୍ରପତିଙ୍କ ଉଦବୋଧନ ଦୂରଦର୍ଶନରେ ହିନ୍ଦୀ ଏବଂ ଇଂରାଜୀରେ ପ୍ରସାରଣ କରାଯିବା ପରେ ଆଂଚଳିକ ଭାଷାରେ ଆଂଚଳିକ ଚ୍ୟାନେଲ ଗୁଡ଼ିକରେ ପ୍ରସାରିତ ହେବ । ଅପରାହ୍ଣ ୮ଟାରୁ ଅଲ ଇଣ୍ଡିଆ ରେଡିଓର ଆଂଚଳିକ ନେଟୱାର୍କ ଜରିଆରେ ଆଂଚଳିକ ଭାଷାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ