ସ୍ୱାଧୀନତା ଦିବସ ପାଳନ ପାଇଁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ କୋହଳ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ କୋଭିଡ-୧୯ ପାଇଁ ଚାଲିଥିବା ସପ୍ତାହନ୍ତ ସଟଡାଉନକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ୧୫ଅଗଷ୍ଟ ଶନିବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯାଇଛି ।ଏହି ସମୟ ମଧ୍ୟରେ ଜନସାଧାରଣ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟ ସମାପ୍ତ କରିବେ।ଗୋଟିଏ ସ୍ଥାନରେ ସର୍ବାଧିକ ୧୦ଜଣରୁ ଅଧିକ ବ୍ୟକ୍ତି ସମବେତ ହୋଇପାରିବେ ନାହିଁ ।ଏହି ସମୟରେ କୋଭିଡ-୧୯ର ସମସ୍ତ ନୀତି ନିୟମକୁ ଜନସାଧାରଣ ମାନି ଜାତୀୟ ପତାକା ଉତ୍ତୋଳନ କରିବେ।ସାମାଜିକ ଦୂରତା ବଜାୟ ରଖିବା ସହିତ ମୁହଁରେ ମାସ୍କ ପିନ୍ଧିବା ଓ ସଂପୃକ୍ତ ସ୍ଥାନକୁ ବିଶୋଧିତ କରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ