ସ୍ୱାଧୀନତା ଦିବସ ପାଳିଲା ପାଇକ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ପାଇକଗୁରୁ ତଥା ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ କେଦାର ନାଥ ଦାସ ଜାତୀୟ ପାତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ଦେଶ ସ୍ୱାଧୀନତାରେ ‘ପାଇକ ବିଦ୍ରୋହ’ର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଉତ୍କଳ କନିକା ଗ୍ୟାଲେରିଆର ଉପପ୍ରବନ୍ଧକ ଦୁଲାଲ ଚନ୍ଦ୍ର ସାହୁ ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆ ପାଇକ ବୀରତ୍ୱର ଗାଥା ବଖାଣିଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ବରିଷ୍ଠ ପାଇକଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ଯୋଗଦାନ କରି ଚିତ୍ତାକର୍ଷକ ଫାର୍ସା ଚାଳନା କରି ଶିହରଣ ସୃଷ୍ଟି କରିଥିଲେ । ବରିଷ୍ଠ ଯୁବ ସାମ୍ବାଦିକ ତଥା ମହାସଂଘ ମୁଖପତ୍ର ରାଜୀବ ନୟନ ରଥ ଅମୃତ ମହୋତ୍ସବର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ପରିଶେଷରେ ପାଇକ ଆଖଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଣପୁର ପାଇକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା ଖଣ୍ଡା ଚାଳନା କରିଥିଲେ । ଯଜେ୍ଞଶ୍ୱର ସୁନ୍ଦରାୟ, ପିପିଲି ପାଇକ ସଂଘ ସଭାପତି ଗୁଣନିଧି ବେହେରା, ସୁକାନ୍ତ ଷଣ୍ଢ, ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ସନ୍ତୋଷ କୁମାର ସାହୁ ତଥା ପାଇକ ଆଖଡ଼ା ଦଳର ପାଇକମାନେ ଯୋଗଦାନ କରି ସମରକଳା ପ୍ରଦର୍ଶନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ