ସହୀଦ ବାଘାଯତୀନ ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବାଲେଶ୍ଵର, (ସରୋଜ ପଣ୍ଡା):ପରାଧିନ ଭାରତକୁ ସ୍ବାଧୀନ କରିବା ପାଇଁ ଇଂରେଜ ମାନଙ୍କ ସହିତ ସଶସ୍ତ୍ର ସଂଗ୍ରାମ କରି ସହୀଦ ହୋଇଥିବା ଅମର ସଂଗ୍ରାମୀ ଯତୀନ୍ଦ୍ର ନାଥ ମୁଖାର୍ଜୀ ଓରଫ ବାଘାଯତୀନଙ୍କ ବାଲେଶ୍ଵର ଜେଲ୍ ପରିସରରେ ଥିବା ସ୍ମୃତିପିଠରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଅପରାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା ପରିଚାଳନା କରୁଥିଲେ। ସହୀଦ ବାଘାଯତୀନ ଓ ତାଙ୍କ ସାଥିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟବକ୍ତା ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତତ୍କାଳୀନ ବ୍ରିଟିଶ ଶାସନ, ଇଂରେଜଙ୍କ ଅତ୍ୟାଚାର, ସଶସ୍ତ୍ର ସଂଗ୍ରାମୀ ମାନଙ୍କର ଆତ୍ମବଳିଦାନ, ବିଶେଷକରି ସହୀଦ ବାଘାଯତୀନଙ୍କ ବିଷୟରେ ସ୍ମୁତିଚାରଣ କରିଥିଲେ। ତାଙ୍କ ବିରତ୍ବ ଆଗରେ ବ୍ରିଟିଶ ଅଫିସରମାନେ ସ୍ତମ୍ଭିତ ହୋଇଯାଇଥିଲେ। ମାତ୍ର ୩୫ ବର୍ଷ ବୟସରେ ଦେଶମାତୃକା ପାଇଁ ବଳିଦାନ ହୋଇଥିବା ଜଣେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସଭାରେ ଅଂଶଗ୍ରହଣ କରିଥିବା କାର୍ଯ୍ୟକର୍ତ୍ତା ମାନେ ନିଜକୁ ଗୌରବାନିତ୍ବ ମନେ କରିଥିଲେ। ଏହାପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଜେଲ୍ ଅନ୍ତେବାସୀ ଓ ଜେଲ୍ କର୍ମଚାରୀଙ୍କୁ ସ୍ବାଧୀନତା ଦିବସ ଅବସରରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଜେଲ୍ ଭିତରକୁ ସାଂସଦଙ୍କ ପ୍ରବେଶ ସଙ୍ଗେସଙ୍ଗେ ଭାରତ ମାତା କି ଜୟ ଓ ବନ୍ଦେ ମାତରଂ ଧ୍ବନିରେ ଗଗନ ପ୍ରକମ୍ପିତ ହୋଇଥିଲା। ବିଚାରାଧୀନ ଜେଲ୍ ଅନ୍ତେବାସୀଙ୍କ ସହିତ ସେମାନଙ୍କ ମୌଳିକ ସୁବିଧା ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ। ଏହାପରେ ଜେଲ୍ ଅଧିକାରୀଙ୍କ ସହିତ ଅନ୍ତେବାସୀଙ୍କ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି , ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ଜିଲ୍ଲା ଉପସଭାପତି କମଲ ଲୋଚନ ଦାସ, କମଳା ବିନ୍ଧାଣୀ ଓ ମିନାକ୍ଷୀ ମହାପାତ୍ର, ଜିଲ୍ଲା ସମ୍ପାଦକ ପିଙ୍କି ପ୍ରଧାନ, ସସ୍ମିତା ଚାନ୍ଦ ଓ ଆଶିଷ ଘୋଷ, ମମତା ମହାପାତ୍ର, ଶ୍ରୀନିବାସ ପ୍ରଧାନ, ଚିତ୍ତରଂଜନ ପଣ୍ଡା, ରାଜେଶ ମହାପାତ୍ର, ସସ୍ମିତା ପଣ୍ଡା, ସୁକାନ୍ତି ଦେବ ଗୋସ୍ୱାମୀ, ସଂଯୁକ୍ତା ମହାପାତ୍ର, ସିପ୍ରା ମହାପାତ୍ର, କାଉନସିଲର ସତ୍ୟସିବ ସୁନ୍ଦର ଦାସ, ସତ୍ୟଜିତ ମିଶ୍ର, ଦୁକୁଲ ଘଡେଇ, ଅରୂପ ଜେନା, ବିଜୟ ପାଣୀଗ୍ରାହୀ, କ୍ରିଷ୍ଣା ମହାପାତ୍ର, ସୁବୋଧ ଚନ୍ଦ୍ର ପଣ୍ଡା, ବିଜୟ ପାଣିଗ୍ରାହୀ,ବୈଲୋଚନ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ