ସ୍ୱାବ ସଂଗ୍ରହ କେନ୍ଦ୍ର ପରିଦର୍ଶନ କଲେ ବିଡ଼ିଓ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ କଳମ୍ବ ଗ୍ରାମରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସ୍ୱାବ ସଂଗ୍ରହ କେନ୍ଦ୍ରକୁ ଗୁରୁବାର ଦିନ ବୁଗୁଡା ବ୍ଲକ କୋଭିଡ ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ସ୍ୱାବ ସଂଗ୍ରହ କେନ୍ଦ୍ରର ପରିଷ୍କାର ପରିଚ୍ଛନତା ଦେଖିବା ସହ ସ୍ୱାବ ସଂଗ୍ରହ ଅନୁଧ୍ୟାନ କରିଥିଲେ। କେନ୍ଦ୍ରର ବିଶୋଧନ ପ୍ରତି ସର୍ବଦା ଧ୍ୟାନ ଦେବାକୁ ପରାମର୍ଶ ଦେଇ ଫେରିଥିଲେ। କଳମ୍ବ ସ୍ୱାବ ସଂଗ୍ରହ କେନ୍ଦ୍ରରେ ବୁଧବାର ଦିନ ୨୯ ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଦୁଇଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିଲେ। ଗୁରୁବାର ଦିନ କଳମ୍ବ କେନ୍ଦ୍ରରେ ୪୦ ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ଜଣେ ପଜିଟିଭ ଜଣାପଡିଛି। ସେହିପରି ବୁଗୁଡା ପିପୁଲସ କଲେଜ କେନ୍ଦ୍ରରେ ବୁଧବାର ଦିନ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ୨୦ ଜଣଙ୍କ ସ୍ୱାବ ଟେଷ୍ଟ ହୋଇ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ବୁଗୁଡା ଅଞ୍ଚଳରେ ପଜିଟିଭ ସଂଖ୍ୟା ୪୦୦ ଛୁଇଁ ଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ୨୧୧ ଜଣ ଓ ବୁଗୁଡା ଏନଏସିରୁ ୧୮୯ ଜଣ ଅଟନ୍ତି। ବ୍ଲକ ଓ ଏନଏସି ରୁ ୩୧୪ ଜଣ ସୁସ୍ଥ ହୋଇଥିବା ବେଳେ ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ସକ୍ରିୟ ପଜିଟିଭ ସଂଖ୍ୟା ୮୦ ଜଣ ଥିବାବେଳେ ୨୬ ଜଣ ବିଭିନ୍ନ ପାଞ୍ଚାୟତର ଏବଂ ୫୪ ଜଣ ବୁଗୁଡା ଏନଏସି ର ଅଟନ୍ତି। ଘରେ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ପ୍ରତି ଧ୍ୟାନ ଦେବାକୁ ପ୍ରଶାସନ ନିବେଦନ କରିବା ସହ କୋଭିଡ ଲକ୍ଷଣ ଦେଖା ଦେଲେ ତୁରନ୍ତ ବୁଗୁଡା ବ୍ଲକର ଦୁଇ କେନ୍ଦ୍ରରେ ସ୍ୱାବ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ