ସ୍ୱାମୀର କାଠଫାଳିଆ ମାଡରେ ସ୍ତ୍ରୀ ଗୁରୁତର
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ସ୍ୱାମୀର କାଠଫାଳିଆ ମାଡରେ ସ୍ତ୍ରୀ ଗୁରୁତର ଆହତ ହୋଇଛି । ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଦଧିବାବନପୁର ଗ୍ରାମର ନରି ଯେନା ଅକରୁଆ ଗ୍ରାମର ଜଡା ଯେନାଙ୍କ ଝିଅ ସଜନୀକୁ ପ୍ରେମ ବିବାହ କରିଥିଲା । ପ୍ରତିଦିନ ସ୍ୱାମୀ ନିଶାଶକ୍ତ ହୋଇ ଘରକୁ ଆସି ସଜନୀକୁ ନିର୍ଯ୍ୟାତନା ଦେଉଥିବାରୁ ସଜନୀ ଗତକାଲି ନିଜ ବାପଘର ଅକରୁଆକୁ ପଳାଇଥିଲା । ଆଜି ସକାଳେ ନିଶାଶକ୍ତ ହୋଇ ନରି ଶ୍ୱଶୁର ଘରେ ପହଞ୍ଚି ସଜନୀକୁ ଗାଳି ଗୁଲଜ କରିଥିଲା । ଦୁଇଜଣଙ୍କ ଭିତରେ ଝଗଡା ଲାଗିଥିବାବେଳେ ନରି ପାଖରେ ପଡିଥିବା ଏକ କାଠ ଫାଳିଆରେ ସଜନୀକୁ ପିଟିବାରୁ ରଜନୀଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ଲହୁ ଳୁହାଣ ହୋଇପଡିଥିଲା । ସଜନୀଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଡକାଇ ସଜନୀକୁ ଡାକ୍ତରଖାନା ପଠାଇବା ସହ ନରିକୁ ଅଟକ ରଖିଛନ୍ତି । ଏନେଇ ଥାନାର କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି ।


