ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ଗୁରୁତର

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ନିମିଗାଁରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀର ଶାବଳ ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣକ ସଂପୃକ୍ତ ଗ୍ରାମର ନରସିଂହ ସାହୁଙ୍କ ସ୍ତ୍ରୀ ସୁକାନ୍ତି ସାହୁ (୫୦) । ମିଳିଥିବା ସୂଚନା ପ୍ରକାରେ ଶନିବାର ସକାଳେ କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ- ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା । ଏତିରେ ଉତକ୍ଷିପ୍ତ ହୋଇ ନରସିଂହ ଘର ମଧ୍ୟରେ ଥିବା ଏକ ଶାବଳ ସହାୟତାରେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ । ମହିଳାଙ୍କ ଚିକ୍ରାର ଶୁଣି ସାହି ପଡ଼ୋଶୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଗୁରୁତର ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ