ସୁନ୍ଦରୀଙ୍କ ସହର

ଭାରତରେ ସୁନ୍ଦରୀ ଲଳନାଙ୍କ ସଂଖ୍ୟା କିଛି କମ୍ ନୁହେଁ । ହେଲେ ସବୁ ସହର ବା ଗାଁରେ ଏମାନଙ୍କର ଦେଖା ମିଳି ନଥାଏ । କେତୋଟି ବଛା ବଛା ସହରର ଦେଖିବାକୁ ମିଳେ ଏହି ସୁନ୍ଦରୀମାନଙ୍କୁ । ସେଥିମଧ୍ୟରୁ ଗୋଟିଏ ହେଲ ଦେଶର ରାଜଧାନୀ ଦିଲ୍ଲୀ । ଏଠି ଅଧିକାଂଶ ରାଜନେତା ଥିବା କଥା ଆମେ ଜାଣୁ । ହେଲେ ଏଠି ଯେ ସୁନ୍ଦରୀଙ୍କ ସଂଖ୍ୟା ସବୁଠାରୁ ଅଧିକ । ସେ କଥା ଅନେକଙ୍କୁ ଜଣାନଥିବ । ପ୍ରକୃତ କଥା ହେଲା ଅନ୍ୟ ସହର ଅପେକ୍ଷା ଏଠାରେ ରହିଛି ଅଧିକ ଶିକ୍ଷାନୁଷ୍ଠାନ । ବିଶେଷ କରି ଏଠାରେ ଥିବା ବିଶ୍ୱବିଦ୍ୟାଳୟକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଝିଅମାନେ ଆସିଥାନ୍ତି । ଏଠାକାର ଜୀବନ ଶୈଳୀ ସହ ଆଧୁନିକ ବେଶ ପୋଷାକରେ ଏମାନେ ଆହୁରି ସୁନ୍ଦର ଦିଶିଥାନ୍ତି । ସେମିତି ଆଉ ଏକ ସହର ହେଉଛି ବମ୍ବେ । ଏଠାକୁ ଆସୁଥିବା ଝିଅମାନେ ବଲିଉଡ ନାୟିକା ଭଳି ସୁନ୍ଦର ହେବାକୁ ଚେଷ୍ଟା କରିଥାନ୍ତି । ଏମିତିକି ଅନେକ ସୁନ୍ଦରୀ ବଲିଉଡରେ ନିଜର ଜଲୱା ଦେଖାଇବାକୁ ଏଠିକୁ ଚାଲିଆସିଥାନ୍ତି । ତେଣୁ ବମ୍ବେର ଅଧିକାଂଶ ଭାଗରେ ସୁନ୍ଦରୀ ଯୁବତୀମାନଙ୍କୁ ଦେଖିବାକୁ ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ