ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ୧୦୩ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ମଙ୍ଗଳବାର ଦିନ ସିଦ୍ଧାର୍ଥ ନଗର -୧ମ ଲାଇନ୍ ସ୍ଥିତ ବ୍ରହ୍ମପୁର ମୁଖ୍ୟ ଶାଖା ଠାରେ ସଦ୍ଗୁରୁ ଭଗବାନ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହରାଜଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ସଂଘର ସଭାପତି ଉପେନ୍ଦ୍ର କୁମାର ପାଣିଗ୍ରାହୀ ଓ ଉପସଭାପତି ଉମା ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରାତଃ ବ୍ରହ୍ମମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ ଧ୍ୟାନ, ନଗର ସଂକୀର୍ତ୍ତନ, ଯୋଗାଭ୍ୟାସ, ଗୁରୁପାଦ ପୂଜା, ଲକ୍ଷ୍ୟାର୍ଚ୍ଚନା ସହ ଅତିଥିମାନଙ୍କ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରିଥିଲେ । ସ୍ୱାମୀ ଚିଦାନନ୍ଦ ଜୟନ୍ତୀ ସାରା ବିଶ୍ୱରେ ଆଜି ପାଳନ କରାଯାଉଛି । ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କର ବାଲ୍ୟ ନାମ ଶ୍ରୀଧର ଥିଲା । ମାତାଙ୍କ ନାମ ସରୋଜିନୀ ଓ ପିତାଙ୍କ ନାମ ଶ୍ରୀନିବାସ ଥିଲା । ସେ କର୍ଣ୍ଣାଟକର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସ୍ୱାମୀ ଶିବାନନ୍ଦ କହିଥିଲେ, ଚିଦାନନ୍ଦ ହେଉଛନ୍ତି ଜଣେ ଜୀବନ୍ମୁକ୍ତ ଯୋଗୀ ଓ ଏହା ହେଉଛି ତାଙ୍କର ଶେଷ ଜନ୍ମ । ଚିଦାନନ୍ଦ ଯେଉଁ ତିଥିରେ (୨୪.୦୯.୧୯୧୬ ଜନ୍ମ ଗ୍ରହଣ କରିଥିଲେ, ସେହି ତିଥିରେ ଅର୍ଥାତ୍ (୨୮.୦୮.୨୦୦୮) ମହାସମାଧି ପ୍ରାପ୍ତ ହୋଇଥିଲେ । ସେ ଅନ୍ତର୍ଯ୍ୟାମୀ ଅଟନ୍ତି । କୁଷ୍ଠ ରୋଗୀମାନଙ୍କର ସେ ସେବା କରିବା ପାଇଁ ଅଧିକ ଆଗ୍ରହୀ ଥିଲେ । ସ୍ୱାମୀ ଶିବାନନ୍ଦ ୧୩.୦୧.୧୯୩୬ ମସିହାରେ ମକର ସଂକ୍ରାନ୍ତି ଦିନ ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା କରିଥିଲେ । କିନ୍ତୁ ସ୍ୱାମୀ ଚିଦାନନ୍ଦ ନିଜ ଗୁରୁଙ୍କ ପାଇଁ ନିଷ୍ଠାର ସହ ଭାବ ଓ ବିଶ୍ୱାସର ସହିତ ସାରା ବିଶ୍ୱରେ ଶିବାନନ୍ଦ ବାଣୀ (ଦିବ୍ୟ ଜୀବନ ସଂଘ)ର ପ୍ରସାର ପ୍ରଚାର ସହିତ ସତ୍ୟ ସନାତନ ଧର୍ମକୁ ଯୁବପିଢ଼ୀମାନଙ୍କ ଠାରେ ପହଞ୍ଚାଇବା ଓ ସମ୍ବାଦ ସନ୍ଦେଶ ମାଧ୍ୟମରେ ସେମାନଙ୍କୁ ଜାଗ୍ରତ କରାଇବା ସହ ସେବା ଦ୍ୱାରା ଈଶ୍ୱର ସାକ୍ଷାତକାର ଏକମାତ୍ର ଲକ୍ଷ୍ୟ ଅଟେ ବୋଲି କହୁଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ଗୁରୁଭାଇ ତଥା ବ୍ରହ୍ମପୁର ଆକାଶବାଣୀ ମୁଖ୍ୟ ଡ଼.ହୃଷିକେଶ ପାଣିଗ୍ରାହୀ, ଅଧ୍ୟକ୍ଷା ସୁଦୀପ୍ତା ପାଣିଗ୍ରାହୀ, ଡ଼. ମିହିରକାନ୍ତ ପାଣିଗ୍ରାହୀ, ସଂଘର ସମ୍ପାଦକ ଶିବଶଙ୍କର ପାଣିଗ୍ରାହୀ, ସହସମ୍ବାଦକ ହୃଷିକେଶ ପାଢ଼ୀ, ସୌଦାମିନି ପଣ୍ଡା, ଉଦୟ ନାଥ ପଣ୍ଡା, ବ୍ରଜ କିଶୋର ପଟ୍ଟନାୟକ, ପ୍ରଦ୍ୟୁମ୍ନ ପାତ୍ର, ୟୁ. ଶିବ ଶଙ୍କର ପାତ୍ର, ବଳରାମ ପଣ୍ଡା, ପୁରୋହିତ ଦଣ୍ଡପାଣି ମିଶ୍ର, ୟୁ.ସ୍ୱପ୍ନା ପାତ୍ର, ଯମୁନା ଦେବୀ, ଜୟନ୍ତୀ ପଣ୍ଡା, ରାଜା ରାଓ ପାତ୍ର, ରୀନା ପାତ୍ର, ପାୟଲ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୪୦୦ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁଭଉଣୀ ଯୋଗ ଦେଇଥିଲେ । ପରିଶେଷରେ ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା (ଶାନ୍ତି) ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରିବା ସହ ସମ୍ବାଦକ ଶିବଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଦିବ୍ୟ ଜୀବନ ସଂଘ, ବଡ଼ିଆଓସ୍ତା ଶାଖାଦ୍ୱାରା ମଧ୍ୟ ସଦ୍ଗୁରୁ ଭଗବାନ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହରାଜଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ଶାଖାର ସଭାପତି ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରାତଃ ବ୍ରହ୍ମମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ ଧ୍ୟାନ, ନଗର ସଂକୀର୍ତ୍ତନ, ଯୋଗାଭ୍ୟାସ, ଗୁରୁପାଦ ପୂଜା, ଓଁ ଶ୍ରୀ ଚିଦାନନ୍ଦାୟ ନମଃ ଲକ୍ଷ୍ୟାର୍ଚ୍ଚନା ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅମର କୁମାର ଜେନା, ସଂକେତ ଦାସ, ସୀତାରାମ, ମନୋଜ, ସମ୍ପାଦକଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ କାର୍ଯ୍ୟକ୍ରମକ ସଫଳ ରୂପାୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ