ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଆଶ୍ରମ ଦ୍ୱାରା ଖାଦ୍ୟ ବିତରଣ
ଭଞ୍ଜନଗର,( ସନ୍ତୋଷ କୁମାର ଜେନା):୧୯୮୬ ମସିହାରେ ଭଞ୍ଜନଗର ରେ ସ୍ଥାପିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଆଶ୍ରମ ଦ୍ୱାରା କୁଷ୍ଠରୋଗୀ ଥଇଥାନ କେନ୍ଦ୍ର ଠାରେ ଆଜି ସ୍ୱାମୀ କୃପାଲୁ ମହାରାଜ ଙ୍କ ଜନ୍ମ ଦିନ ଓ କୁମାର ପୂର୍ଣ୍ଣିମା ଅବସରରେ କେନ୍ଦ୍ର ର ୨୦ ଟି ପରିବାରକୁ ଗାମୁଛା, ମଗ, ସାବୁନ ଓ ବିସ୍କୁଟ ବିତରଣ କରଯାଇଥିଲା । ଏହା ସହିତ କରୋନା ସଚେତନା ର ସ୍ଲୋଗାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବନକର୍ମଚାରୀ ତଥା ସ୍ବେଛାସେବୀ ଶ୍ରୀ ସୁଲପାଣି ଶତପଥି, ସରକାରୀ ଓକିଲ ଶ୍ରୀ ଦିବାକର ନାୟକ, ସ୍ଵ।ତୀ ସ୍ବେଛାସେବୀ ଅନୁଷ୍ଠାନ ର କର୍ମୀ ଶ୍ରୀ ଅଜିତ ପଣ୍ଡା, ଧରିତ୍ରୀ ପ୍ରତିନିଧି ଶ୍ରୀ ବାବୁଲା ପ୍ରଧାନ, ପ୍ରମେୟ ଜିଲ୍ଲା ପ୍ରତିନିଧି ଶ୍ରୀ ଲୋକନାଥ କର, ସ୍ବେଛାସେବୀ ଶ୍ରୀ ଅରୁଣ କୁମାର ପାଣିଗ୍ରାହୀ ଓ ପଞ୍ଚାନନ ପାଲ ପ୍ରମୁଖ ଯୋଗଦେଇ ସେମାନଙ୍କର ସହଯୋଗ ଓ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ସ୍ବେଛାସେବୀ ଓ ସ୍ଵ।ତୀ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।