ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଅନୁଗୋଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଅନ୍ତର୍ଗତ ସ୍ୱେଚ୍ଛାସେବୀ ସଂଗଠନ ସ୍ପନ୍ଦନ ଓ ମା ଆଦିଶକ୍ତି କ୍ଲବ ଅମାନ୍ତପୁର, ବଳରାମ ପ୍ରସାଦର ମିଳିତ ସହଯୋଗରେ ଅମାନ୍ତପୁର ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନାଲ୍‍କୋ ହସ୍ପିଟାଲ ଡାକ୍ତର ପିକେ ରାଉତରାୟ ପ୍ରଦୀପ ଜାଳି ଶିବିର ଉଦ୍‍ଘାଟନ କରିବା ଅବସରରେ ଗ୍ରୀଷ୍ମକାଳୀନ ରକ୍ତଦାନର ମହତ୍ୱକୁ ସମସ୍ତେ ଉପଲବ୍ଧ କରାିଥିଲେ । ସ୍ୱେଚ୍ଛାକୃତ ରକ୍ତଦାତା ଓ ଅନୁଷ୍ଠାନ ସଦସ୍ୟମାନଙ୍‍କର ଉଦ୍‍ଯୋଗକୁ ସାଧୁବାଦ ଜଣାଇଥିଲେ । ଡାକ୍ତର ଭଜମନ ପାଲ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ରମଣୀ ରଂଜନ ଗଡ଼ନାୟକ ଓ ରକ୍ତ ଭଣ୍ଡାରର ଅନ୍ୟ କର୍ମଚାରୀ ରକ୍ତଦାନରେ ସାହାଯ୍ୟ କରିଥିଲେ । ଓଁ ମା ଆଦିଶକ୍ତି କ୍ଲବ ସମ୍ପାଦକ ଅଜିତ କୁମାର ଖୁଣ୍ଟିଆ ରାଜେଶ ସାହୁ, ଅନିଲ ସାହୁ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ ମୋଟ୍‍ ୪୫ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ