ସ୍ୱେଚ୍ଛା ସେବୀ ଅନୁଷ୍ଠାନ ଅରୁଣ ପକ୍ଷରୁ ଅନାଥ ଶିଶୁଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟରେ ଅଗ୍ରିଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣା ତରଫରୁ ବୁଧବାର ସାନଖେମୁଣ୍ଡି ବ୍ଲକ ପରିସର ମଧ୍ୟରେ ପିତା ମାତା ହରାଇ ଥିବା କୋମଳ ମତି ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l ଆୟୋଜିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନୟାକ, ସାନମାନିତ ଅତିଥି ଭାବେ ଡ଼. ଶ୍ରୀନିବାସ ବେହେରା, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଅର୍ଚନା କହଁର ଉପସ୍ଥିତି ରେ ୩୮ ଜଣ ଅନାଥ ଶିଶୁ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ଏହା ସହ ଅରୁଣା ଅନୁଷ୍ଠାନ ପକ୍ଷରୁ କୋଭିଡ଼ ସଚେତନତା କାଯ୍ୟକ୍ରମ କରାଯାଇଥିଲା l ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କମ୍ୟୁନିଟି ଆଡ଼ଭାଇଜର ସୁରଜ୍ୟୋସମିନ ପଣ୍ଡିତ, ପ୍ରଶାନ୍ତ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅନିଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ