ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅଜୟ ସିଂଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । ଏହି ଚୁକ୍ତି ଅନୁସାରେ ଉଭୟ ପକ୍ଷ ଛାତ୍ର ଓ ଶିକ୍ଷକ ବିନିମୟ, ଗବେଷଣା, ଶିଳ୍ପ ଭିତ୍ତିକ କାର୍ଯ୍ୟକ୍ରମ ତଥା ସ୍ୱଳ୍ପ କାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଇବା ପାଇଁ ଅନୁବନ୍ଧିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପକ୍ଷରୁ ପ୍ରାଧ୍ୟାପକ ଡଃ. ଜ୍ଞାନୀନ୍ଦ୍ର ଦାଶ, ରଞ୍ଜିତ କୁମାର ଦାସ, ଅଧ୍ୟାପକ ଡଃ. ସୁରେଶ ଚନ୍ଦ୍ର ଦାସ ଅଂଶଗ୍ରହଣ କରିଥିବା ବେଳେ ଶ୍ରୀ ଶ୍ରୀ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିର୍ଦେଶକ ରବିନାରାୟଣ ଶତପଥୀ, ପ୍ରବନ୍ଧକ ଡି.ପି. ସାହୁ, କମର୍ସ ମ୍ୟାନେଜମେଣ୍ଟ ବିଭାଗ ପ୍ରଫେସର ଧଳ, ପ୍ରଫେସର ସୁନିଲ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଚୁକ୍ତିନାମା ଯୋଗୁଁ ମହାବିଦ୍ୟାଳୟ ପରିସର ଏବଂ ବୁଦ୍ଧିଜୀବି ମହଲରେ ଖୁସିର ବାତାବରଣ ଖେଳି ଯାଇଛି ।


