ସଢ଼ା ପଞ୍ଚାୟତରେ ଡ୍ରେନ ନିର୍ମାଣ କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ

ହାଟଡ଼ିହି,-ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ସଢ଼ା ଗ୍ରାମରେ ବର୍ଷାଜଳ ନିଷ୍କାସନ ପାଇଁ ପଞ୍ଚାୟତ ପକ୍ଷରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଅତି ଉନ୍ନତମାନର କରାଯାଇଥିବାବେଳେ ଏହା ଅନ୍ୟ ପଞ୍ଚାୟତ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଗ୍ରାମର ନାଗାତୋଟା ସାହି, ତଳସାହି, ସାମଲ ସାହି, ବ୍ରାହ୍ମଣ ସାହିରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବାବେଳେ ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ନପାରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରତି ସାହିରୁ କିପରି ଜଳ ନିସ୍କାସନ ହୋଇ ରାସ୍ତାଘାଟ ଗୁଡିକ ସଫା ସୁତୁରା ରହିବ ତାହାକୁ ସେଥିପାଇଁ ଏମ.ଜି.ଏନ.ଆର.ଇ.ଜି.ଏସ (ଜି.ପି. ସେୟାର) ଯୋଜନାରେ ଡ୍ରେନ ନିର୍ମାଣ କରାଯାଇଥିବା ସରପଞ୍ଚ ଜୟନ୍ତୀ ସାମଲ ପ୍ରକାଶ କରିଛନ୍ତି । ପଞ୍ଚାୟତର ପ୍ରତି ଗ୍ରାମରେ ଏହିପରି ଡ୍ରେନ ନିର୍ମାଣ କରାଯାଇ ଜଳ ନିଷ୍କାସନର ବ୍ୟବସ୍ଥା ପର୍ଯ୍ୟାୟକ୍ରମେ କରାଯିବ ବୋଲି ସରପଞ୍ଚ କହିଛନ୍ତି । ସେହିପରି ପଞ୍ଚାୟତର ବିଭିନ୍ନ ୱାର୍ଡ, ଛକ ବଜାର ମାନଙ୍କରେ ଡିଏମଏଫ ଯୋଜନାରେ ସୋଲାର ଲାଇଟ ଲଗାଯାଇ ସମଗ୍ର ପଞ୍ଚାୟତକୁ ଆଲୋକି କରଣ କରାଯାଇଛି । ବିଶେଷକରି ଗରିବ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ଖଣି କ୍ଷତିଗ୍ରସ୍ତ ବିଜୁ ପକ୍କା ଘର ଯୋଜନାରେ ସହାୟତାର ହାତ ବଢ଼ାଇ ଘରକାମ ସମ୍ପୁର୍ଣ୍ଣ କରିବାରେ ସେ ପୁର୍ଣ୍ଣ ସହଯୋଗ କରୁଛନ୍ତି । ଫଳରେ ପଞ୍ଚାୟତରେ ଆବାସ ଯୋଜନା କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ସଢ଼ା ପଞ୍ଚାୟତକୁ ଏକ ନମ୍ବର ଭାବେ ଗଢି ତୋଳିବାକୁ ତାଙ୍କର ଉଦ୍ୟମକୁ ବୁଦ୍ଦିଜିବୀ ମହଲରେ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ