ସଢ଼ା ମଣ୍ଡିରେ ଧାନକିଣା ଶୁଭାରମ୍ଭ, ଚାଷୀଙ୍କଠାରୁ ସହଜରେ ଧାନ କିଣିବା ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସଢ଼ା ସମବାୟ ସମିତିରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ମଣ୍ଡି କର୍ତ୍ତୁପକ୍ଷ ଚାଷୀ ମାନଙ୍କ ଠାରୁ ସହଜରେ ଧାନ କିଣିବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ଚାଷୀମାନେ ମଣ୍ଡିକୁ ଧାନ ଆଣି ୧୦/୧୫ଦିନ ପର୍ଯ୍ୟନ୍ତ ପକାଇ ରଖିବା, ଧାନରୁ ୧୦/୧୨ପରସେଣ୍ଟ କାଟିବା, ଚାଷୀମାନଙ୍କ ପାଖରୁ ଅନଲୋଡିଂ ଓ ବସ୍ତା ପଇସା ଆଦି ନକାଟିବା ପାଇଁ ସେ ସମିତିର ସମ୍ପାଦକଙ୍କୁ ପରାମର୍ଶ ଦେଇଥିଲେ । ଚାଷୀମାନେ ଯେପରି ସହଜରେ ଓ ଉଚିତ ମୁଲ୍ୟରେ ଧାନ ବିକ୍ରୀକରିପାରିବେ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ । ସମିତିର ସମ୍ପାଦକ ଦୀନବନ୍ଧୁ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଉପନିବନ୍ଧକ କୈଳାଶ ଚନ୍ଦ୍ର ନାୟକ, ସହ ସମ୍ପାଦକ ଶୁକଦେବ ରାଉତ, ଡିଇଓ ମନୋଜ ନାୟକ, ଅବିନାଶ ମଣ୍ଡଳ, ଆର.ଏମ.ସି କର୍ମଚାରୀ ବସନ୍ତ କୁମାର ମଲ୍ଲିକ, ଚାଷୀ କମିଟି ସଦସ୍ୟ ଶଙ୍କର୍ଷଣ ମଲ୍ଲିକ, ଗୌତ୍ତମ ବଳ, ଶ୍ରୀଧର ଜେନା, ଖଗେଶ୍ୱର ବେହେରା, ଚାଷୀ ରବିନ୍ଦ୍ର ସାହୁ, ବିକ୍ରମ କେଶରୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ପୁର୍ବତନ ସରପଞ୍ଚ ବୈଦ୍ୟନାଥ ସାମଲ, ବିଜୟ କୁମାର ରାଉତ, ଅଲେଖ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର କୁମାର ଜେନା, ଜମ୍ଭୀରା ପଞ୍ଚାୟତର ସମିତିସଭ୍ୟ ପ୍ରଭାତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବାସହ ତାହାର ସମାଧାନ ଉପରେ ଆଲୋଚନା କରିଥିଲେ । ଏହି ମଣ୍ଡିରେ ୧୩୦୫ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ୧୦୩୦ଜଣଙ୍କ ନାମ ଯାଞ୍ଚ ହୋଇଛି । ୧୦୩୦ଜଣ ଚାଷୀଙ୍କ ଠାରୁ ୪୧ହଜାର ୫୭କୁିଣ୍ଟାଲ ଧାନ କ୍ରୟ କରାଯିବାର ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ୩୦୫ଜଣଙ୍କୁ ଟୋକନ ଇସୁ କରାଯାଇଥିବା ସମ୍ପାଦକ ସୁଚନା ଦେଇଥିଲେ । ସୁଧାକର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ