ହକି ପୁରୁଷ ବିଶ୍ୱକପ ପାଇଁ ଜୋନ ସ୍ତରୀୟ ଖେଳ ପ୍ରତିଯୋଗୀତା
ହାଟଡିହି, (ବିକାଶ ବିଶ୍ୱାଳ):ହକି ପୁରୁଷ ବିଶ୍ୱକପ ପାଇଁ ୩୫ନଂ ଜୋନ ସ୍ତରୀୟ ଖେଳ ପ୍ରତିଯୋଗୀତା ମଠ କପୁଣ୍ଡି ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ଶାସଙ୍ଗ ସରପଞ୍ଚ ମଧୁମିତା ସ୍ୱାଇଁ, ପନ୍ଦାଡୋ ସରପଞ୍ଚ ସଶ୍ମିତା ଓଝା, ସମିତିସଭ୍ୟ କୈଳାଶ ଚନ୍ଦ୍ର ରାଉତ, ଜଗଦାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ କ୍ରିକେଟ ଓ ଫୁଟବଲ, ଭଲ୍ଲିବଲ ଆଦି ପ୍ରତିଯୋଗୀତା ହେବାକୁ ଥିବାବେଳେ ଆଜି କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଶାସଙ୍ଗ, ପନ୍ଦାଡୋ ଓ ହାଟଡିହି ପଞ୍ଚାୟତର ଯୁବ ଖେଳାଲୀମାନେ ଭାଗ ନେଇଥିବା ବେଳେ ରଜତ କୁମାର ଭୋଇ ଓ ପ୍ରଫୁଲ ପରିଡା ଖେଳ ପରିଚାଳନା କରିଥିଲେ । ପିଇଓ ଶରତ କୁମାର ବେଜ, ଉର୍ମିଳା ମୁର୍ମୁ, ହରିହର ସେଠୀ ପ୍ରମୁଖ ପ୍ରତିଯୋଗୀତା ପରିଚାଳନା କରୁଛନ୍ତି ।