ହକି ବିଶ୍ୱକପ ଉପଲକ୍ଷେ ୟୁନିଫର୍ମ ଶାଢ଼ୀ ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ହକି ବିଶ୍ୱକପ ଉଦଘାଟନ ଉପଲକ୍ଷେ ଓ ନୂତନ ବର୍ଷ ଅବସରରେ ହାତୀଓଟ ଗ୍ରାମ ପଞ୍ଚୟତରେ ୟୁନିଫର୍ମ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହକି ବିଶ୍ୱକପ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବେଳେ ଜନସାଧାରଣ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଓ ନୂତନ ବର୍ଷ ୨୦୨୩ ଅବସରରେ ଅଙ୍ଗନୱାଡ଼ି କର୍ମୀ, ପାଚିକା, ସିଆରପି, ଭିଆରପି, ଏମବିକେ, ବ୍ୟାଙ୍କ ମିତ୍ର , ଆଶା ଏବଂ ମହିଳା ଆତ୍ମ ସହାୟକ ଗୃପ ସଭାପତି ଓ ସମ୍ପାଦିକା ଙ୍କୁ ୟୁନିଫର୍ମ ଶାଢ଼ୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସାହୁ, ସମିତି ସଭ୍ୟ କାହୁଁ ଚରଣ ସାହୁ, ଆଇନଜୀବୀ ସୁଶାନ୍ତ ସାହୁ, ନାଏବ ସରପଞ୍ଚ ସପନ ପାଣି, କଂଗ୍ରେସ ପ୍ରଧାନ, ଯୋଗାଣ ସହାୟକ ଶଙ୍କର ସାହୁ, ଗ୍ରାମ ରୋଜଗାର ସେବକ ଦାଶରଥି ବେହେରା, ହାତୀଓଟ ପଞ୍ଚାୟତ ବିଜେଡି ସଭାପତି ପ୍ରଫୁଲ୍ଲ ପ୍ରଧାନ, ଅମର ନାହାକ ଓ ପଞ୍ଚାୟତର ବିଜୁ ଜନତା ଦଳର ସକ୍ରିୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ