ହଜାରେ ଏକର ଚାଷ ଜମିରେ ଲହଡ଼ା ଭାଙ୍ଗୁଛି ବର୍ଷା ଜଳ : ଚାଷୀ ମୁଣ୍ଡରେ ଚଡ଼କ

ହିଂଜିଳିକାଟୁ, (ଶେଷଦେବ ସାହୁ): ଶ୍ରାବଣ ମାସରେ ମୁଣ୍ଡଫଟା ଖରା ଯୋଗୁଁ ଚାଷୀକୂଳ ବର୍ଷାର ଅଗମନକୁ ଚାହିଁ ବସସିଥିଲା । ବର୍ଷା ଅଭାବରୁ ଜଳିତ ବର୍ଷ ମରୁଡ଼ି ଦେଖାଦେବା ଏକ ପ୍ରକାର ନିଶ୍ଚିତ ହୋଇପଡ଼ଫିଥିଲା । ହେଲେ ଅଗଷ୍ଟ ମାସ ଆରମ୍ଭରୁ ଲଗାଣ ବର୍ଷା ଫଳରେ ଚାଷୀ ମନରେ ଖୁସି ଦେଖାଦେଇଥିଲା । ସତେ ଯେପରି ବିଧିର ବିଧାନ ଥିଲା ବିଚିତ୍ର । ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳାବର୍ଣ୍ଣ ହୋଇ ପଡ଼ିଥିଲା । ଧାନ ରୋଇବାର ୪/୫ ଦିନ ପରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଏକର କିମ୍ବା ୨ ଏକର ନୁହେଁ ହଜାର ଏକରରୁ ଉଦ୍ଧ୍ୱର୍ ଧାନଚାଷ ଜମିରେ ବଢି ପାଣି ଲହଡ଼ା ଭାଙ୍ଗୁଛି । ସତେ ଯେପରି ଚାଷଜମି ଗୁଡ଼ିକ କୃତିମ ସାଗର ପାଲଟିଯାଇଛି । ଏଭଳି ଅବସ୍ଥା ଅଗରୁ କେବେ ଘଟିନଥିଲା ବୋଲି ସଂପୃକ୍ତ ଚାଷୀ ମାନେ କହିଛନ୍ତି ।୪/୫ ଫୁଟ ଉଚ୍ଚତାରେ ଏହି ବିସ୍ତୀର୍ଣ୍ଣ ଚାଷ ଜମିକୁ ଘେରି ରହିଛି ବଢି ପାଣି । ଚାଷ ଜମିରୁ ଏହି ବଢି ପାଣି ନିଷ୍କାସନ ହେବା ପାଇଁ ଆହୁରି ୪/୫ ଦିନ ଲାଗିବ ବୋଲି ଚାଷୀ ମାନେ କହିଛନ୍ତି । ଇତି ମଧ୍ୟରେ ସବୁ ରୁଆ ଧାନ ପୋଚକା ହୋଇଯିବା ସମ୍ଭାବନା ରହିଛି । ସୋମବାର ଠାରୁ ପୁଣି ଥରେ ଲଘୁଚାପ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି । ପାଣିପାଗ ସୂଚନା ପାଇବା ପରେ ପୁଣି ଥରେ ଚାଷୀଙ୍କ ମନରେ ଛନକା ପଶିଛି । କେହି କେହି ଚାଷୀର ଧାନ ତଳି ଭାଙ୍ଗି ରଖିଥିବା ସମୟରେ ଏହି ବଢି ପାଣି ଧୋଇ ନେଇଯାଇଛି । ଏବେ ଚାଷୀଙ୍କ ମୁଣ୍ଡ ଉପରେ ଚିନ୍ତା । ପାଖରେ ବଳକା ବିହନ ନାହିଁ କି ତଳି ପକାଇବାକେୁ ସମୟ ନାହିଁ । ଏଭଳି ସ୍ଥିତିରେ ସଂପୃକ୍ତ ଚାଷୀ ମାନେ ଏକ ମନୁଷ୍ୟକୃତ ବିପଦରେ ଛନ୍ଦି ହୋଇ ପଡ଼ିଛନ୍ତି । ଏହି ଘଟଣା ହେଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ବ୍ଳକ ବାଳକୃଷ୍ଣପୁର ଓ ପୁଟିଆପଦର ଗ୍ରାମପଂଚାୟତର ଚାଷୀ ମାନଙ୍କର ଦୁଃଖ । ଚାଷୀ ମାନଙ୍କର ଅଭିଯୋଗ ହେଲା ଏହି ଅଂଚଳରୁ ଜଳ ନିଷ୍କାସନ ପାଇଁ ଜୟମଙ୍ଗଳ ଆନିକଟ ଗୁଡ଼ିଆ ନାଳ ରହିଛି । ସେହି ନାଳକୁ ବର୍ଷା ଦିନ ପୁୂର୍ବରୁ ମରାମତି କରିବା କଥା । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମାନୋଭାବ ଯୋଗୁଁ ମରାମତି କରାଯାଉନଥିବା ଯୋଗୁଁ ଏଭଳି ମନୁଷ୍ୟକୃତ ବିପତିର ସମ୍ମୁଖୀନ ହୋଇଛନ୍ତି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ସଂପୃକ୍ତ ପଂଚାୟତର ସ୍ୱରାଜ୍ୟ ଗୌଡ଼ଳ ଭାଲୁ ଗୌଡ଼, ଦିଗା ରାଉତ, କାମ୍ପ ଗୌଡ଼, ନାଥ ଗୌଡ଼, ଜୟ ସେଠି, ସିମା ସେଠି, ଆକୁଳ ସେଠି, ଅଭି କରାଣ, ବନମାଳି ପ୍ରଧାନ, ଦୁର୍ଗା ପ୍ରଧାନ, କବି ରାଉତ ପ୍ରମୁୂଖ ଚାଷୀ ମାନେ କୋକୋ ଭରା କଣ୍ଠରେ ପ୍ରଶାସନୁ ଦୁଃଖ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ପ୍ରଦାନ କରିନଥିବା ବିପଦ ସମୟରେ ଆମକୁ ସମବେଦନା ଜଣାଇବା ଲାଗି ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କୌଣସି ରାଜନୈତିକ ବ୍ୟକ୍ତିବିଶେଷ ପଂହଚିନଥିବା ନେଇ କହିଛନ୍ତି । ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ କରିବାକୁ ଚାଷୀ ମାନେ ଦାବୀ ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ଗଢି ଉଠିବ ବୋଲି ସଂପୃକ୍ତ ଅଂଚଳର ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ