ହଜିଯିବାକୁ ବସିଲାଣି ପାରମ୍ପରିକ ଖେଳ ମୋବାଇଲ ଖେଳରେ ମାତିଛନ୍ତି ଶିଶୁ ଓ ଯୁବପିଢି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସ୍ୱାସ୍ଥ୍ୟ ହିଁ ସମ୍ପଦ । କ୍ରୀଡା ଦ୍ୱାରା ଶାରୀରିକ ଓ ମାନସିକ ଅବସାଦ ଦୁର ହେବା ସହ ମନ ଫୂର୍ତ୍ତୀ ରହିଥାଏ । ଏଥିପାଇଁ ଖେଳ ବା କ୍ରୀଡା ଏକାନ୍ତ ଆବଶ୍ୟକ । ହେଲେ ବର୍ତ୍ତମାନର ଛୋଟ ଛୋଟ ଶିଶୁ ଠାରୁ ଆରମ୍ଭ କରି ଯୁବପିଢି ପାରମ୍ପରିକ ଖେଳକୁ ଭୂଲିଯାଇ ମୋବାଇଲ ଖେଳରେ ଦିନରାତି ମାତୁଥିବାର ଦେଖିବାକୁ ମିଳିଛି । ଯଦ୍ୱାରା ଶାରୀରିକ ପରିଶ୍ରମ ତ ନାହିଁ ଏବଂ ମୋବାଇଲ ଖେଳରେ ମାତୁଥିବା ବହୁ ଶିଶୁ ଓ ଯୁବପିଢିଙ୍କ ଚକ୍ଷୁ ରୋଗ ଆରମ୍ଭ ହେବା ସହ ଦୃଷ୍ଟି ଶକ୍ତି କମୁଥିବାର ନଗିର ରହିିଛି । ପୂର୍ବକାଳର ବହୁ ଖେଳ ବର୍ତ୍ତମାନ ସମୟରେ ପ୍ରାୟ ବିଲୁପ୍ତ ହେବାକୁ ବସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ରହିଥିବା ବହୁ ପାରମ୍ପରିକ ଖେଳ ଦ୍ୱାରା ଶିଶୁର ଶାରୀରିକ, ମାନସିକ ଓ ବୈଦ୍ଧିକ ବିକାଶ ଘଟୁଥିଲା । ଯାହାକି ବର୍ତ୍ତମାନର ଶିଶୁଙ୍କ ସକାଶେ ତହାହା ଏବେ ମୂଲ୍ୟହୀନ ହୋଇପଡିଛି । ଆଜିର ଇଣ୍ଟରନେଟ ଓ ଅନଲାଇନ ଖେଳର ବହୁଳ ପ୍ରସାର ଫଳରେ ଧିରେ ଧିରେ ଜନମାନସରୁ ଅପସରି ଯିବାକୁ ବସିଛି ପୁରାତନ ଯୁଗର ବିଭିନ୍ନ ପ୍ରକାରର ପାରମ୍ପରିକ ଖେଳ । ଯୁଗର ପରିବର୍ତ୍ତନ ସାଙ୍ଗକୁ ଆଜିକାର ଅଭିଭାବକ ମାନେ ମଧ୍ୟ ନିଜ ନିଜ ଶିଶୁ ମାନଙ୍କୁ ଖେଳ ପ୍ରତି ଧ୍ୟାନ ନନେଇ ଶିକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ଅଭିଭାବକ ମାନେ ନିଜ ନିଜ ଶିଶୁଙ୍କୁ ପାଠପଢା ପ୍ରତି ଗୁରୁତ୍ୱ ଦେଉଥିବାରୁ ଶିଶୁ ମାନେ ଉତ୍ତମ ନାଗରିକ ଭାବେ ସୁନାମ ଅର୍ଜନ କରୁଥିବାର ମଧ୍ୟ ନଜିର ରହିଛି । ହେଲେ ଉତ୍ତମ କ୍ରୀଡାବିତ୍ ଭାବେ କୌଣସି ଶିଶୁ ସୁନାମ ଅର୍ଜନ କରୁନଥିବା ଜଣାପଡିଛି । ଦିନକୁ ଦିନ ଅଭିଭାବକ ମାନେ ନିଜ ନିଜ ଶିଶୁଙଘ୍‌କ ମୁଣ୍ଡରେ ପାଡପଢାର ବୋଝ ଲଦି ଦେଉଛନ୍ତି । ପୂର୍ବକାଳରେ ବର୍ଷଶେଷରେ ବାର୍ଷିକ ପରୀକ୍ଷା ଶେଷ ପରେ ଗ୍ରୀଷ୍ମ ଅବକାଶ ସମୟରେ ଦଳ ଦଳ ପିଲା ଗାଁ ଦାଣ୍ଡରେ ଏକାଠି ହୋଇ କ୍ରିକେଟ, ଫୁଟବଲ୍‌, କବାଡି, ବୋହୁଚୋରୀ, ବାସ୍କେଟବଲ, ଲୁଚକାଳି, ଚୋର ପୁଲିସ, ବାଟି, ଗିଲିଦାଣ୍ଡି, ଠିଆପୁଚି ଭଳି ବିଭିନ୍ନ ପ୍ରକାରର ପାରମ୍ପରିକ ଖେଳ ଖେଳି ଆସୁଥିଲେ । ହେଲେ ବର୍ତ୍ତମାନ ସମୟରେ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ଯୁବପିଢି ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଗେମ୍‌ରେ ବ୍ୟସ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ