ହଟିଲା ୧୪୪ ଧାରା
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) ;ଗଜପତି ଜିଲାରେ ଜିଲା ପ୍ରଶାସନ ପକ୍ଷରୁ କୋରନା ଭାଇରସକୁ ନିୟନ୍ତ୍ରଣ କରିବାପାଇଁ ୧୪୪ ଧାରା ଲାଗୁ କରାଯିବା ସହ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତ୍ୱ କମିଟି ଗଠନ କରାଯାଇ ସାମାଜିକ ଦୂରତ୍ୱ ଆଳରେ ୧୪୪ ଧାରା ଲାଗୁ ହୋଇପାରିବ ନାହିଁ ବୋଲି ଏକ ନିର୍ଦ୍ଦେଶ ନାମା ଜାରୀ ହେବାପରେ ଜିଲାରୁ ୧୪୪ ଧାର ହଟାଯାଇଥିବା ଜଣାପଡିଛି । ଯଦି ୧୪୪ ଧାରା ଲାଗୁ ହୁଏ ତେବା କୌଣସି ସାଧାରଣ ସ୍ଥାନରେ ୫ଜଣରୁ ଉର୍ଦ୍ଧବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ ବୋଲି ନିୟମ ରହିଛି । ଆଜି ୧୪୪ ଧାରା ହଟିବାପରେ ପ୍ରଶାସନ ପକ୍ଷରୁ ଅଧିକ ଜନସମାବେସ ନକରିବା, ଲୋକମାନଙ୍କ ମଧ୍ୟରେ ଦୂରତ୍ୱର ବ୍ୟବଧାନ ରଖିବା, ବାରମ୍ବାର ହାତକୁ ସଫା ରଖିବାଏବଂ ଯେତେ ସମ୍ଭବ ନିଜହାତକୁ ମୁହଁ,ଆଖିକୁ ସ୍ପର୍ଶ କରିବା ଠାରୁ ଦୂରରେ ରଖିବାପାଇଁ ସଚେତନ କରାଯାଇଛି । ସେହିପରି ଦୋକାନ ବଜାର ଗୁଡିକରେ ଅଧିକ ଗହଳି ଯେପରି ନହୁଏ ସେଥିପ୍ରତି ଦୃଷ୍ଟିଦେବାପାଇଁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପୌରପରିଷଦ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି ।


